ସାକ୍ଷୀଙ୍କ ଜନ୍ମଦିନ ପାଳିବା ପାଇଁ ଦୁବାଇରେ ପହଞ୍ଚିଲେ ସାନିଆ ଏବଂ ସୋଏବ, ଇନଷ୍ଟାରେ ସେୟାର କଲେ ଫଟୋ

ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ସହିତ ଦୁବାଇରେ ଛୁଟି କାଟୁଛନ୍ତି। ଏଠାରେ ଧୋନୀଙ୍କ ପତ୍ନୀ ସାକ୍ଷୀ ନିଜର ୩୨ତମ ଜନ୍ମଦିନ ପାଳନ କରିଛନ୍ତି। ଆଉ ସାକ୍ଷୀଙ୍କ ଏହି ଜନ୍ମଦିନ ପାର୍ଟିରେ ସାମିଲ ହୋଇଛନ୍ତି ସାନିଆ ମିର୍ଜା ଏବଂ ସୋଏବ ମଲ୍ଲିକ। ଯାହାକୁ ସାନିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଏହି ଫଟୋରେ ଧୋନୀ, ସାକ୍ଷୀ, ସୋଏବ ଅଖତର, ସାନିଆ ମିର୍ଜା ଏବଂ ସୋଏବ ଅଖତରଙ୍କ ଭଉଣୀ ଅନମ୍ ମଧ୍ୟ ନଜର ଆସିଛନ୍ତି। ଯାହାକୁ ସେୟାର କରି ସାନିଆ ହାର୍ଟ ଇମୋଜି ଦେଇଛନ୍ତି। ଏହାକୁ ଦେଖି ସାନିଆ ଏବଂ ଧୋନୀଙ୍କ ଫ୍ଯାନ ମଧ୍ୟ ବେଶ୍ ଖୁସି ଅଛନ୍ତି।

 

View this post on Instagram

 

A post shared by Sania Mirza (@mirzasaniar)


ସୂଚନାଯୋଗ୍ଯ, ଧୋନୀଙ୍କ ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସ ଚଳିତଥର କ୍ବାଲିଫାଏ ପ୍ଲେଅଫରୁ ବାଦ୍ ପଡିଥିଲା। ଯେଉଁଥି ପାଇଁ ଧୋନୀ ଅନେକ ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.