ବାଣ ବେପାର ପ୍ରଭାବିତ : ଓଡିଶାରେ ବାଣ ବ୍ୟାନ୍ ଉପରେ ପୁନର୍ବିଚାର କରିବାକୁ ନବୀନଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶାରେ ବାଣ ବିକ୍ରୀ ଉପରେ ଲାଗିଥିବା ସମ୍ପୂର୍ଣ୍ଣ ବ୍ୟାନ୍‌ର ପୁନଃବିଚାର କରିବାକୁ ଅନୁରୋଧ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ଏ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ ସେ ପତ୍ର ଲେଖିଛନ୍ତି। କହିଛନ୍ତି SC ଓ NGT ମାନଦଣ୍ଡ ଆଧାରରେ ତିଆରି ବାଣ ବିକ୍ରୀକୁ ଅନୁମତି ଦିଆଯାଉ। ଷ୍ଟାଲିନ ଲେଖିଛନ୍ତି, ଦୀପାବଳିରେ ବାଣବିକ୍ରୀ ଉପରେ ବ୍ୟାନ୍‌ ଲଗାଇଛି ଓଡ଼ିଶା।

ବାୟୁ ପ୍ରଦୂଷଣ ନେଇ ବ୍ୟାନ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ସୁପ୍ରିମକୋର୍ଟ ପ୍ରଦୂଷଣକାରୀ ବାଣ ନିର୍ମାଣକୁ ବ୍ୟାନ କରିଛନ୍ତି। ଫଳରେ ଏବେ କମ୍‌ ପ୍ରଦୂଷଣ କରୁଥିବା ଗ୍ରୀନ୍‌ କ୍ରାକର ତିଆରି ହେଉଛି। ତେଣୁ ସଂପୂର୍ଣ୍ଣ ବ୍ୟାନ ଯୁକ୍ତିଯୁକ୍ତ ନୁହଁ। ଅନ୍ୟ ରାଜ୍ୟମାନେ ଏପରି ବ୍ୟାନ କଲେ ବାଣ ଶିଳ୍ପ ପ୍ରଭାବିତ ହେବ। ତାମିଲନାଡୁର ଶିବକାଶି ଓ ଏହାର ଆଖପାଖ ଅଂଚଳରେ ଅନେକ ବାଣ କାରଖାନା ରହିଛି। ବାଣକୁ ନେଇ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ଗଢି ଉଠିଛି।

ବାଣ ବିକ୍ରୀ ନ ହେଲେ ଶିଳ୍ପ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଏମ୍‌ କେ ଷ୍ଟାଲିନ। ତାମିଲାନାଡୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.