ନବରଙ୍ଗପୁରରେ ବାହିନୀପତି ଓ ବିଡ଼ିଓଙ୍କ ମଧ୍ୟରେ କଥା କଟାକଟି, ଉଭୟ ଆଣିଲେ ଦୁର୍ବ୍ୟବହାର ଅଭିଯୋଗ

ନବରଙ୍ଗପୁର(କେନ୍ୟୁଜ୍):ନବରଙ୍ଗପୁର ରାଜନୀତିରେ ବାହିନୀପତି ଝଡ। ପାପଡାହାଣ୍ଡି ବିଡ଼ିଓଙ୍କ ଉପରେ ବର୍ଷିଲେ ଜୟପୁର ବିଧାୟକ ତାରା ବାହିନୀପତି । ଯାହାକୁ ନେଇ ବାହିନୀପତି ଓ ବିଡ଼ିଓଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଉଭୟେ ଉଭୟଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ।ବିଡିଓ ବ୍ଲକର ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ତାରା ବାହିନୀପତି । ୧୬ ଦଫା ଦାବି ନେଇ ପାପଡାହାଣ୍ଡି ଜୋନ-୨ର କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟାଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଗତକାଲିଠୁ ଧାରଣା ଦେଇଥିଲା । ଆଜି ଧାରଣାସ୍ଥଳକୁ ବିଧାୟକ ତାରା ବାହିନୀପତି ପହଞ୍ଚି ବିଡ଼ିଓ ରଞ୍ଜିତା ମଲ୍ଲକଙ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ଏହି ସମୟରେ ବିଡ଼ିଓ ରଞ୍ଜିତା ମଲ୍ଲିକ ମଧ୍ୟାହ୍ନ ଭୋଜନ କରିବାକୁ ଯାଉଥିବା ବେଳେ ବିଡିଓଙ୍କୁ ବ୍ଲକ କାର୍ଯ୍ଯାଳୟ ଫାଟକ ସମ୍ମୁଖରେ ଅଟକାଇଥିଲେ ବିଧାୟକ ବାହିନୀପତି।

 

ତେବେ ସେଠାରେ ଉପସ୍ଥିତ ଥିବା ବିଡ଼ିଓ ରଞ୍ଜିତା ମଲ୍ଲିକ ନିଜକୁ ସେ କେବେ ଦଳିତ ବୋଲି କହୁନଥିବା ବେଳେ କିନ୍ତୁ ବିଧାୟକ ତାଙ୍କୁ ଦଳିତ ବୋଲି ଆକ୍ଷେପ କରୁଛନ୍ତି ବୋଲି କହିଥିଲେ । ଧାରଣା ସ୍ଥଳରେ ବିଡ଼ିଓ ଓ ବିଧାୟକ ବାହିନୀପତିଙ୍କ ମଧ୍ୟରେ କଥାକଟା କଟି ହୋଇଥିଲା । ବିଡ଼ିଓ ରଞ୍ଜିତା ମଲ୍ଲିକଙ୍କୁ ବିଧାୟକ ବାହିନୀପତି ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିଥିବା ବେଳେ ଓଲଟି ବିଡ଼ିଓ ବିଧାୟକ ନିଜେ ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ । ବିଧାୟକଙ୍କୁ ଦୁର୍ନୀତିର ନିଜ ବିରୋଧରେ ଆଣୁଥିବା ଅଭିଯୋଗର ପ୍ରମାଣ ମାଗିଥିଲେ। ଘଟଣା ସ୍ଥଳରେ ପାପଡାହାଣ୍ଡି ପୋଲିସ ପହଞ୍ଚି ବିଡ଼ିଓଙ୍କୁ କାର୍ଯ୍ଯାଳୟ ପ୍ରକୋଷ୍ଠ ମଧ୍ୟକୁ ନେଇ ଯାଇଥିଲେ। ଅନ୍ଯପଟେ ଏହି ଘଟଣାକୁ ନେଇ ବିଧାୟକ ବାହିନୀପତି ଜିଲ୍ଲାପାଳଙ୍କୁ ଅବଗତ କରି ବ୍ଲକ ସମ୍ମୁଖରେ ଅର୍ନିଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ବେଳେ ବିଡ଼ିଓ ମହୋଦୟା ଆସି ନିଜ ଭୁଲ ସ୍‌ୱୀକାର କରି କ୍ଷମା ମାଗିବା ପରେ ଦୁଇ ଦିନ ଧରି ଚାଲିଥିବା ଧାରଣା ପ୍ରତ୍ୟାହୃତ କରିଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.