ବେଆଇନ ମଦ ବିକ୍ରିକୁ ଟାର୍ଗେଟ୍: ମନମୁଣ୍ଡା ପୋଲିସ୍ ଦ୍ବାରା ବିଭିନ୍ନ ସ୍ଥାନରେ ରେଡ୍, ୫ଗିରଫ

କଣ୍ଟାମାଳ(କେନ୍ୟୁଜ୍): ବେଆଇନ ମଦ ବିକ୍ରିକୁ ଟାର୍ଗେଟ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ୍। ବିଭିନ୍ନ ସ୍ଥାନ ଉପରେ ପୋଲିସ୍ ଚଢ଼ାଉ କରି ୧୨୩ ଲିଟର ବିଦେଶୀ ମଦ ଏବଂ ୧୧ ଲିଟର ଦେଶୀ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ହେଲେ ମନମୁଣ୍ଡା ବିଶ୍ୱପା ଢାବା ମ୍ୟାନେଜର ପଦରପଡା ଗ୍ରାମର ପ୍ରଦୀପ ସାହୁ, ପଲସାଗୋରାର ପଦ୍ମନାଭ ସାହୁ, ବଉଳସିଂହା ର ପ୍ରବୀଣ ସାହୁ(୪୦), ବାରଡୋଲର ରଞ୍ଜିତ ପ୍ରଧାନ ଏବଂ ଦପଳା ଗ୍ରାମର ଯୁଧିଷ୍ଠିର ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.