ଅବସର ନେବେ ଫୁଟବଲ ଖେଳାଳୀ ଲିଓନେଲ ମେସି : ଫିଫା ବିଶ୍ୱକପରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ ବୋଲି କଲେ ଘୋଷଣା

ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ତାଙ୍କ ଫ୍ୟାନ୍ସ ମାନଙ୍କୁ ବଡ଼ ଝଟକା ଦେଇଛନ୍ତି। ୨୦୨୨ ମସିହାରେ ହେବାକୁ ଥିବା ଫୁଟବଲ ବିଶ୍ୱକପ ତାଙ୍କର ଶେଷ ଟୁର୍ନାମେଣ୍ଟ ହେବ ବୋଲି ମେସି ଘୋଷଣା କରିଛନ୍ତି। ଅର୍ଥାତ୍ ଏହି ବିଶ୍ୱକପ୍ ପରେ ସେ ଯେକୌଣସି ସମୟରେ ଅବସର ନେଇପାରନ୍ତି , କାରଣ ଏହା ପରେ ପରବର୍ତ୍ତୀ ବିଶ୍ୱକପ୍ ଚାରି ବର୍ଷ ପରେ ଅନୁଷ୍ଠିତ ହେବ । ତେବେ ଫୁଟବଲ ପ୍ରେମୀ ଏହି ଖବର ଶୁଣିବାକୁ ଚାହିଁବେ ନାହିଁ । କିନ୍ତୁ ଏହା ସତ କାତାର ବିଶ୍ୱ କପ ହେଉଛି ତାଙ୍କର ଶେଷ ମ୍ୟାଚ ।

ଆର୍ଜେଣ୍ଟିନା ଦଳର ଅଧିନାୟକ ଲିଓନେଲ ମେସି ଏହା ତାଙ୍କର ଶେଷ ବିଶ୍ୱକପ ହେବ ବୋଲି ନିଶ୍ଚିତ କରିଛନ୍ତି। ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ଏହା ତାଙ୍କର ଶେଷ ବିଶ୍ୱକପ୍ କି, ସେତେବେଳେ ସେ ଏହା ତାଙ୍କର ଶେଷ ମ୍ୟାଚ ବୋଲି କହିଥିଲେ ।

୩୫ ବର୍ଷୀୟ ଲିଓନେଲ ମେସି କହିଛନ୍ତି ଯେ ସେ ଶାରିରୀକ ଭାବେ ସୁସ୍ଥ ଅଛନ୍ତି ହେଲେ ବହୁବାର ଆଘାତ ପାଇବା କାରଣକୁ ସେ ଅବସର ନେଉଥିବା କୁହାଯାଉଛି । ଲିଓନେଲ ମେସି କେବଳ ବର୍ତ୍ତମାନ ସମୟରେ ନୁହେଁ ବରଂ ସେ ଭଲ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ । ସେ ଆନ୍ତର୍ଜାତୀୟ ଫୁଟବଲରେ ଆର୍ଜେଣ୍ଟିନା ପାଇଁ ୯୦ ଗୋଲ ସ୍କୋର କରିଛନ୍ତି। ଫୁଟବଲ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାରେ ସେ ତିନି ନମ୍ବରରେ ଅଛନ୍ତି।

ମେସୀ ଫୁଟବଲ ବିଶ୍ୱକପରେ ୨୦୦୬ରୁ ୨୦୧୮ ମଧ୍ୟରେ ୧୯ଟି ମ୍ୟାଚ ଖେଳି ୬ଟି ଗୋଲ ଦେଇଛନ୍ତି । ବିଶ୍ୱକପରେ ତାଙ୍କ ଗୋଲ ହାର ପ୍ରତି ମ୍ୟାଚରେ ଶୂନ ଦଶମିକ ୩୨ ରହିଥିବା ବେଳେ ସାଧାରଣ ମ୍ୟାଚରେ ଗୋଲ ହାର ଶୂନ ଦଶମିକ ୫୩ ରହିଛି । ତେବେ ଆର୍ଜେଣ୍ଟିନା ଆସନ୍ତା ନଭେମ୍ବର ୨୨ରେ ଫିଫା ବିଶ୍ୱକପର ପ୍ରଥମ ମ୍ୟାଚ ସାଉଦି ଆରବି ସହ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.