କିନ୍ନରଙ୍କୁ ବାହା ହେବା ପରେ ପ୍ରତାରଣା କଲେ ଯୁବକ, ଥାନାର ଦ୍ୱାରସ୍ଥ ହେଲା ସଂଘ

ଅନୁଗୋଳ(କେନ୍ୟୁଜ୍):   ଅନୁଗୋଳ ଜିଲ୍ଲା, ସଦର ମହକୁମା ରେ ଶିମିଳିପଡ଼ା ନିକଟରେ ରୁହନ୍ତି କିନ୍ନର ପ୍ରଶାନ୍ତ ସାହୁ ଓରଫ ପିଣ୍ଟୁ । ସେ ଦଣ୍ଡ ନୃତ୍ୟ ଓ ବିବାହରେ ନାଚ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ବେସ୍‌ ଖୁସିବାସିରେ ଜୀବନ କାଟୁଥିଲେ। ଘର ଅତି ନିକଟରେ ରୁହନ୍ତି ଆଲୋକ ସ୍ୱାଇଁ। କିନ୍ନର ପିଣ୍ଟୁ ଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଲେ। ପରେ ପରେ ଦେଖା ଚାଂହା ରୁ ଉଭୟେ ବନ୍ଧୁତା ସ୍ଥାପନ କଲେ। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମ ର ରୂପ ନେଲା। କେହି କାହା ଠାରୁ ଅଲଗା ରହି ପାରିଲେ ନାହିଁ।

ଦୁନିଆ ଲୋକନିନ୍ଦାକୁ ପଛରେ ପକାଇ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଉଭୟ ପରିବାର ଙ୍କ ସହମତି କ୍ରମେ ଓ କିନ୍ନର ସଂଘର ଉପସ୍ଥିତିରେ କୋର୍ଟରେ ଚୁକ୍ତିନାମା କରି ୬ ବର୍ଷ ପୂର୍ବେ ବିବାହ କରିଥିଲେ। ଘର ବାହାରେ କିଛି ଦିନ ରହିଲା ପରେ ବୋହୂ ର ସମ୍ମାନ ସହଭଳି ନିଜ ଘରକୁ ମଧ୍ୟ ନେଇଥିଲେ ଆଲୋକ। ଘର ଲୋକ ମଧ୍ୟ ଗ୍ରହଣ କରିଥିଲେ। କିଛି ଦିନ ଦାମ୍ପତ୍ୟ ଜୀବନ ଠିକ୍‌ ଚାଲିବା ପରେ ବାହାଘର ର ଦୁଇ ମାସ ପରେ ବେପାର ବଣିଜ ପାଇଁ ତାଙ୍କ ଠାରୁ ଟଙ୍କା ଓ ସୁନା ଗହଣା ମାଗି କି ନେଇଥିଲେ ସ୍ୱାମୀ କନ୍ତୁ ତା ପରଠାରୁ ଆରମ୍ଭ ହୋଇଥିଲା ପ୍ରତାରଣା ଓ ନିର୍ଯାତନା।
ଏ ନେଇ ସ୍ୱାମୀ ଆଲୋକ ଓ ତାଙ୍କ ପରିବାର ଙ୍କ ନାମରେ ଅନୁଗୋଳ ଆଦର୍ଶ ଥାନା ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କିନ୍ନର। ଦୁଇ ବର୍ଷ ହେବ କିନ୍ନର ଙ୍କ ଠାରୁ ତାଙ୍କ ସ୍ୱାମୀ ଆଲୋକ ୬ ଲକ୍ଷ ଟଙ୍କା ଓ ସୁନା ଗହଣା ନେଇଛନ୍ତି। ସ୍ୱାର୍ଥ ହାସଲ ପରେ ତାଙ୍କୁ ପ୍ରତାରଣା ଓ ପରିବାର ରୁ ର୍ନିଯାତନା ମିଳୁଥିବା ଅଭିଯୋଗ କରିଛନ୍ତି। ତାଙ୍କ ସ୍‌ାମୀ ତାଙ୍କୁ ଛାଡି ଦେଇଥିବା ବେଳେ ଏବେ ଘରୁ ବାହାର କରିଦେଇଛନ୍ତି। ଘରକୁ ଗଲେ ତାଙ୍କ ସ୍ୱାମୀ ଙ୍କ ଭାଇ ଟାଙ୍ଗିଆ ରେ ହାଣି ଦେବାକୁ ଧମକ ଦେଇଥିବା ମଧ୍ୟ ଏତଲା ରେ ଦର୍ଶାଇଛନ୍ତି।

ପ୍ରତି ଦିନ ସ୍ବାମୀଙ୍କ ପରିବାର ଲୋକ ତାଙ୍କ ଘରକୁ ଆସି ଗାଳି ଗୁଲଜ କରି ଧମକ ଦେଉଥିବାରୁ ବାଧ୍ୟ ହୋଇ ଥାନା ର ଦ୍ୱରସ୍ଥ ହୋଇଛନ୍ତି କିନ୍ନର ଜଣଙ୍କ। ଦେଶର ନ୍ଯାୟାଳୟ ଆଗରେ ସମସ୍ତେ ସମାନ। କୋର୍ଟ ରେ ଚୁକ୍ତିନାମା କରି ବିବାହ କରି ନିଜର ନ୍ଯାୟ ଭିକ୍ଷା କରିଛନ୍ତି କିନ୍ନର ଜଣଙ୍କ। ନିଜର ସ୍ୱାମୀଙ୍କୁ ପାଇବା ପାଇଁ ,ତାଙ୍କର ଟଙ୍କା ,ସୁନା ଗହଣା ଫେରସ୍ତ ଓ ତାଙ୍କ ସ୍ବାମୀଙ୍କ ପରିବାରକୁ ଉଚିତ ଦଣ୍ଡ ଦେବା ସହ ନିଜର ସୁରକ୍ଷା ଲୋଡ଼ିଛନ୍ତି  କିନ୍ନର।ଯଥା ଶୀଘ୍ର ତାଙ୍କୁ ନ୍ଯାୟ ମିଳିବା ସହ ଦୋଷୀ କୁ ଉଚିତ ଦଣ୍ଡ ପ୍ରଦାନ ନକଲେ ଆଗାମୀ ସମୟରେ ଜିଲ୍ଲା ଓ ରାଜ୍ଯର ସମସ୍ତ କିନ୍ନର ଏକାଠି ହୋଇ ନ୍ଯାୟ ପାଇଁ ଲଢେଇ କରିବେ ବୋଲି ଚେତାବନୀ ଦେଇଛନ୍ତି କିନ୍ନର ସଂଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.