ସ୍କିଭାସ ଟାଟୁ ଷ୍ଟୁଡିଓ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ଉନ୍ମୋଚିତ ହେଲା ଟାଟୁ ପତ୍ରିକା ଇଙ୍କ ପ୍ରାଇଡ଼

କେନ୍ୟୁଜ (ବ୍ୟୁରୋ) : ସ୍କିଭାସ(skivas) ଟାଟୁ ଷ୍ଟୁଡିଓ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ  ଏକ ଟାଟୁ ପତ୍ରିକା ଉନ୍ମୋଚିତ ହୋଇଛି । ଏହି ପତ୍ରିକାର ନାମ ରଖାଯାଇଛି ଇଙ୍କ ପ୍ରାଇଡ଼(ink pride) । ପତ୍ରିକାର ଉନ୍ମୋଚନ ଉତ୍ସବ ଅବସରରେ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ,କଳିଙ୍ଗ ଟିଭି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ ,ଓଟିଡିସି ପୂର୍ବତନ ଅଧ୍ୟକ୍ଷ। ଶ୍ରୀମୟୀ ମିଶ୍ର ,ୱାର୍ଡ ନମ୍ବର 45 ର କର୍ପୋରେଟର ଅମରେଶ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ପତ୍ରିକାଟିକୁ ଉନ୍ମୋଚନ କରିଥିଲେ ।

ଉପସ୍ଥିତ ଅତିଥିମାନେ ଟାଟୁ କୁ ନେଇ କିପରି ନିଶା ଓ ପେଶା କରିହେବ ତା ଉପରେ ଆଲୋଚନା କରିଥିଲେ ଏବଂ ଟାଟୁ ଆମ ସଂସ୍କୃତି ରେ ବହୁ ପୂର୍ବରୁ ମଧ୍ୟ ରହି ଆସିଛି ବୋଲି ଅତିଥିମାନେ ମତ ରଖିଥିଲେ । ବଡି ଆର୍ଟ ପ୍ରମୋଟ କରିବା ଲକ୍ଷ୍ୟ ରଖି ଏହି ପତ୍ରିକାଟି କରାଯାଇଛି ବୋଲି ସ୍କିଭାସ ର ଫାଉଣ୍ଡର ଓମ ଆଚାର୍ଯ୍ୟ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.