Below header

ଯାଜପୁର:ଗୁରୁ ଶିଷ୍ୟ ପର୍ମ୍ପରାରରେ କଳଙ୍କ, ନାବାଳକ ଛାତ୍ରକୁ ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଜେଲ ଗଲେ ଶିକ୍ଷକ

ଯାଜପୁର (କେନ୍ୟୁଜ): ୧୦ବର୍ଷର ନାବଳକ ଛାତ୍ରକୁ ଅପ୍ରାକୃତିକ ଯୈାନ ନିର୍ଯ୍ୟାତନ ଦେବା ଅଭିଯୋଗରେ ଜେଲ ଗଲେ ଅଭିଯୁକ୍ତ ଶିକ୍ଷକ। ଗୁରୁ ଶିଷ୍ୟ ପର୍ମ୍ପରାରରେ କଳଙ୍କ ଲଗାଇବା ଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଂଚଳରେ । ଅଭିଯୋଗ ମୁତାବକ, ସ୍ଥାନୀୟ ଅଂଚଳର ଶିକ୍ଷକ ଆଶୁତୋଷ ମୁଦୁଲି ଜନୈକ ଛାତ୍ରଙ୍କ ଘରକୁ ଟ୍ୟୁସନ  କରିବାକୁ ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ନାବାଳକ ଛାତ୍ରକୁ ଅପ୍ରାକୃତିକ ଯୈାନ ନିର୍ଯ୍ୟାତନା ଦେଇଥିଲେ । ପରେ ଛାତ୍ର ଜଣକ ନିଜ ବାପା ଓ ମାଙ୍କୁ ଏହି କଥା କହିଥିଲେ ।

ଏନେଇ ନାବାଳକ ଛାତ୍ରର ମା’ ଧର୍ମଶାଳା ଥାନାରେ ଗତକାଲି ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଥିଲା। ଆଜି ସଂପୃକ୍ତ ଶିକ୍ଷକଙ୍କ ମେଡିକାଲ ଟେଷ୍ଟ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.