Below header

ଶ୍ୱଶୂରଙ୍କୁ ତାଲା ପକାଇ ବୋହୂ ଫେରାର, ଛାତ୍ରଙ୍କୁ ଧରି ଟିଉସନ ଦିଦି ଛୁ: ଦୁଇଟି ଘଟଣା, ହେଲେ ମହିଳା ଜଣେ!

ନୟାଗଡ/ଭୁବନେଶ୍ୱର(କେନ୍ୟୁଜ୍): ଶ୍ୱଶୂରଙ୍କୁ ତାଲା ପକାଇ ବୋହୂ ଫେରାର । ଛାତ୍ରଙ୍କୁ ଧରି ଟିଉସନ ଦିଦି ଛୁ । ଦୁଇଟି ଘଟଣା ଦୁଇଟି ଏତଲା । ହେଲେ ମହିଳା ଜଣେ । ଦଶପଲ୍ଲାରେ ଦିଦି, ଭୁବନେଶ୍ୱରରେ ବୋହୂ । ଏହି ଘଟଣାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଚର୍ଚ୍ଚା । ଛାତ୍ରଙ୍କୁ ନେଇ ଦିଦି ଫେରାର ପରେ ଏବେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଙ୍କ ପରିବାର ଲୋକ। ଦୁଇ ଜଣଙ୍କୁ ଖୋଜିବାକୁ ପୋଲିସ ତନାଘନା ଚଳାଇଛି। କୁଆଡେ ଗଲେ ଦିଦି ଓ ଛାତ୍ର। ଟିଉସନ ଦିଦି ଛାତ୍ରଙ୍କୁ ପାଠ ପଢ଼ାଉଥିବା ବେଳେ ଭଲ ପାଉଥିଲେ । ଗତକାଲି ତାଙ୍କ ପୁଅକୁ ଟିଉସନ ଦିଦି କୂଆଡ଼େ ନେଇ ପଳାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡା ଗାଁର ସାରଥ ନାହାକଙ୍କ ପୁଅକୁ ଟିଉସନ ଦିଦି ନେଇ ଫେରାର ହୋଇଯାଇଛନ୍ତି ।ଅନ୍ୟପଟେ ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଆଉ ଏକ ଅଭିଯୋଗ ହୋଇଛି । ଘରେ ଶ୍ୱଶୁରକୁ ତାଲା ପକାଇ ବୟଫ୍ରେଣ୍ଡ ସହ ବୋହୂ ଫେରାର । ଥାନାରେ ଅଭିଯୋଗ କଲେ ସ୍ୱାମୀ ଓ ଶ୍ୱଶୁର। ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଦେଢ଼ ଲକ୍ଷ ନଗଦ ଟଙ୍କା ନେଇ ବୋହୂ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗତ ଫେବୃୟାରୀ ମାସରେ ଗଙ୍ଗନଗରର ସନ୍ଦୀପ ନାୟକ ଦଶପଲ୍ଲାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ସ୍ୱାମୀ ଅଫିସ ଯାଇଥିବା ସମୟରେ ବୟ ଫ୍ରେଣ୍ଡ ସହ ଫେରାର ହେଇଯାଇଛନ୍ତି ବୋହୂ। ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.