ଭିଜିଲାନ୍ସ ଜାଲରେ ତହସିଲ ଅଫିସର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଆସିଷ୍ଟାଣ୍ଟ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଘଟଗାଁ ତହସିଲ ଅଫିସର ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଅଫିସର ଦେବାଶିଷ ପଣ୍ଡା
ଘଟଗାଁ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଆସିଷ୍ଟାଣ୍ଟ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଘଟଗାଁ ତହସିଲ ଅଫିସର ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଅଫିସର ଦେବାଶିଷ ପଣ୍ଡାଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ ଟାଙ୍ଗରତଳି ଗାଁର ବନମାଳି ପଳେଇଙ୍କ ଠାରୁ ଜମି ଭାଗବଣ୍ଟା କେସର ସମାଧାନ ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ମୁତାବକ ଦେବାଶିଷ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।