Below header

ଏବେ ସୁଦ୍ଧା କନ୍ଧମାଳର ୭୦ ପ୍ରତିଶତ ଗାଁକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ନାହିଁ, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଲୋକସଭାରେ କନ୍ଧମାଳ ଜିଲ୍ଲାରେ ଟେଲି ଯୋଗଯୋଗ ପ୍ରସଙ୍ଗ ଉଠାଇଥିଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ । କନ୍ଧମାଳ ଏକ ମାଓ ଅଧ୍ୟୁଷିତ ଜିଲ୍ଲା । ଜିଲ୍ଲାର ୭୦ ପ୍ରତିଶତ ଗାଁରେ ଟେଲି ଯୋଗାଯୋଗ ବ୍ୟବସ୍ଥା ହୋଇ ପାରିନାହିଁ। କନ୍ଧମାଳ ଜିଲ୍ଲାର ମୋଟ ୨ ହଜାର ୫୮୭ ଗାଁ ରହିଛି । ସେଥିରୁ ମାତ୍ର ୭୬୮ ଗାଁକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ରହିଛି । ଏବେ ସୁଦ୍ଧା ୧୮୧୯ ଗାଁ ଅର୍ଥାତ ୭୦ ପ୍ରତିଶତ ଗାଁକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ନାହିଁ । ଏହି ସବୁ ଗାଁ ଗୁଡିକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ସମ୍ପ୍ରସାରଣ ପାଇଁ ସରକାର କୌଣସି ଯୋଜନା ପ୍ରସ୍ତୁତ କରିଛନ୍ତି କି ବୋଲି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ପ୍ରଶ୍ନ କରିଥିଲେ । ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଟେଲି ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସମାରାଓ ଧୋତ୍ରେ କହିଥିଲେ, ମାଓ ଅଧ୍ୟୁଷିତ ଜିଲ୍ଲାଗୁଡିକର କେଉଁ ଗାଁକୁ ଟେଲି ଯୋଗଯୋଗ ସମ୍ପ୍ରସାରଣ କରାଯିବ ସେହି ଗାଁଗୁଡିକୁ ଗୃହମନ୍ତ୍ରାଳୟ ପକ୍ଷରୁ ଚିହ୍ନଟ କରାଯାଏ । ଏ ସମ୍ପର୍କରେ ସବିଶେଷ ବିବରଣୀ ପରବର୍ତ୍ତୀ ସମୟରେ ଦେବେ ବୋଲି ମନ୍ତ୍ରୀ କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.