ଆଜିଠୁ ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ, ଅଧା ଓଡ଼ିଶାକୁ ହିଟୱେଭ ୱାର୍ଣ୍ଣିଂ ଜାରି
ତାତିରେ ଜଳୁଛି ଉପକୂଳରୁ ଉପାନ୍ତ । ଆସନ୍ତା ୫ ଦିନ ଯାଏ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ରହିପାରେ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ଅଧା ଓଡ଼ିଶାକୁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ତାତିରେ ଜଳୁଛି ଉପକୂଳରୁ ଉପାନ୍ତ । ଗତକାଲି ୪୩.୬ ଡିଗ୍ରୀ ପାରଦ ସହ ବାରିପଦା ସବୁଠାରୁ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲାି । ୪୧ ଡିଗ୍ରୀ ଉପରେ ୧୮ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା । ଆଜିଠୁ ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବ ।
ଆସନ୍ତା ୫ ଦିନ ଯାଏ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ରହିପାରେ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ଅଧା ଓଡ଼ିଶାକୁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୮ରେ ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୯ ତାରିଖରେ ଭବାନୀପାଟଣା, ଟିଟିଲାଗଡ଼, ବଲାଙ୍ଗୀର, ମାଲକାନଗିରି, ଝାରୁସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ନୟାଗଡ଼ରେ ପାରଦ ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ । ୧୮ ଓ ୧୯ ତାରିଖରେ ଗ୍ରୀଷ୍ମ ଲହରୀର ପ୍ରକୋପ ସର୍ବାଧିକ ରହିପାରେ । ୨୦ ତାରିଖ ଯାଏ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ ।