ଆଜିଠାରୁ କମିବ ଗ୍ରୀଷ୍ମ ପ୍ରବାହ: କିଛି ଅଞ୍ଚଳରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ଆଜିଠାରୁ କମିବ ଗ୍ରୀଷ୍ମ ପ୍ରବାହ। ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିବା ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ଧୀରେ ଧୀରେ ଦୁର୍ବଳ ହେଉଥିବାବେଳେ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପ ପୂର୍ଣ୍ଣ ଶୀତଳ ବାୟୁର ପ୍ରବାହ ଧୀରେ ଧୀରେ ବୃଦ୍ଧି ଘଟୁଛି। ଏହାର ପ୍ରଭାବରେ ଆଜିଠୁ ଗ୍ରୀଷ୍ମ ପ୍ରବାହ କମିବ। ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ଖସିବ।

କିଛି ଅଞ୍ଚଳରେ ଜଳୀୟବାଷ୍ଣ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂଶ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା ସୃଷ୍ଟି ସମ୍ଭାବନା ରହିଛି। ଗତକାଲି ୮ଟି ସହରରେ ପାରଦ ୩୯ ଡିଗ୍ରୀ କିମ୍ବା ତାଠୁ ଅଧିକ ରେକର୍ଡ କରାଯାଇଥିଲା । ସବୁଠୁ ଉତ୍ତପ୍ତ ସହର ଥିଲା ବଲାଙ୍ଗିର । ଦିନର ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.