ଜଣେ ଅଣହିନ୍ଦୁ ହୋଇଥିବାରୁ ମନ୍ଦିର ଭିତରକୁ ଛାଡିଲାନି ମନ୍ଦିର ପ୍ରଶାସନ, ଗର ଗର ହୋଇ ବିଭିନ୍ନ ମହଲରେ ଅଭିଯୋଗ କଲେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ

ଅଣହିନ୍ଦୁ ହୋଇଥିବାରୁ ଅର୍ଥ ମନ୍ତ୍ରଣାଳୟର ପରଫରମ୍ୟାନ୍ସ ମ୍ୟାନେଜମେଣ୍ଟ ବିଭାଗର ଡିଜି ରେଶମା ଲେଖାନୀଙ୍କୁ ଶ୍ରୀମନ୍ଦିର ମନକରାଗଲା। ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବ୍ୟବହାର ହୋଇଥିବା ବିଭିନ୍ନ ସ୍ତରରେ ଅଭିଯୋଗ କରିଛନ୍ତି ରେଶମା।

ପୁରୀ(କେନ୍ୟୁଜ୍): ଜଣେ ଅଣହିନ୍ଦୁ ବରିଷ୍ଠ ଭାରତୀୟ ରାଜସ୍ବ ସେବା ଅଧିକାରୀଙ୍କ ନିଜ କ୍ଷମତା ଅପବ୍ୟବହାର କରି ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ଉଦ୍ୟମକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ଅର୍ଥ ମନ୍ତ୍ରଣାଳୟର ପରଫରମ୍ୟାନ୍ସ ମ୍ୟାନେଜମେଣ୍ଟ ବିଭାଗର ଡିଜି ରେଶମା ଲେଖାନୀ  ଗତ ୨୪ ତାରିଖରେ ଶ୍ରୀମନ୍ଦିର ଦର୍ଶନରେ ଆସି ଯେଉଁଭଳି ଦର୍ଶନ ପାଈଁ ଜିଦ ଧରିଲେ ଓ ବାରଣ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ତାକୁ ନେଇ ସେବାୟତମନେ ନିନ୍ଦା କରିଛନ୍ତି।

ଦର୍ଶନ ଦିନ ତାଙ୍କ ପ୍ରୋଟୋକଲ ଅଫିସର ଭାବେ ତାଙ୍କ ସହ ଆସିଥିବା ଭୁବନେଶ୍ୱର ଜୋନର ଅର୍ଥସେବା ଅଧିକାରୀ ରୋଶନ ଯାଦବ ତାଙ୍କୁ ଶ୍ରୀମନ୍ଦିର ପରମ୍ପରା ଓ ନିୟମ ସମ୍ପର୍କରେ ବୁଝାଇବା ସହ ଶ୍ରୀମନ୍ଦିର ପ୍ରବେଶ ନକରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ରେଶମା ଲେଖାନୀ ଏହାକୁ ଅଣଦେଖା କରି ଦର୍ଶନ ଲାଇନରେ ଠିଆ ହୋଇଥିଲେ। ତେବେ ସିଂହଦ୍ୱାର ଥାନା ଆଇଆଇସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଶମାଙ୍କ ପରିଚୟପତ୍ର ଯାଞ୍ଚ କରିବା କହିବାରୁ ଅଧିକାରୀ ଜଣକ ଉତକ୍ଷିପ୍ତ ହୋଇପଡ଼ିଥିଲେ।

 

ପ୍ରବଳ ଯୁକ୍ତିତର୍କ ପରେ ସେ ଦର୍ଶନ ନକରି ଫେରିଯାଇ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଲିଖିତ ଅଭିଯୋଗ ବିଭିନ୍ନ ସ୍ତରରେ କରିଛନ୍ତି । ଏପରିକି ତାଙ୍କୁ ବାରଣ କରିଥିବା ପ୍ରୋଟୋକାଲ ଅଫିସରଙ୍କ ବିରୋଧରେ ଭୁବନେଶ୍ୱର ଜୋନ ଏକ୍ସସାଇଜ ଓ କଷ୍ଟମ ଚିଫ କମିଶସନରଙ୍କୁ ପତ୍ରଲେଖି କାର୍ଯାନୁଷ୍ଠାନ ପାଈଁ ଅଡ଼ି ବସିଛନ୍ତି। ପରିଚୟପାତ୍ର ଯାଞ୍ଚ କରିଥିବା ଓ ତାଙ୍କୁ ଦର୍ଶନ ଧାଡ଼ିରୁ ବାହାରକୁ ଆଣିଥିବା ସିଂହଦ୍ୱାର ଥାନା ଆଇଆଇସିଙ୍କ ବିରୋଧରେ ମଧ୍ୟ କାର୍ଯାନୁଷ୍ଠାନ ନେବାପାଇଁ ପୁଲିସ ଡିଜିଙ୍କୁ ପତ୍ର ଲେଖିଛନ୍ତି।

ଏପରିକି ସେ ଏହି ଘଟଣାକୁ ନେଇ ଜାତୀୟ ସଂଖ୍ୟା ଲଘୁ କମିଶନଙ୍କ ଦ୍ୱାରସ୍ତ ହୋଇଥିବା ଜଣାପଡିଛି। ତେବେ ଏନେଇ ସିଙ୍ଘଦ୍ୱାର ଥାନାରେ ମାମଲା ହୋଇନଥିବା ବେଳେ ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ଜଣେ ବରିଷ୍ଠ ଭାରତୀୟ ଅର୍ଥସେବା ଅଧିକାରୀଙ୍କ ଏଭଳି ଔଧତ୍ୟକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ରେ କଟୁ ସମାଲୋଚନା କରାଯାଇଛି ପୋଲିସ ର କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.