ହୋଲି ପୂର୍ବରୁ ୪୦୦ରୁ ଅଧିକ ଟ୍ରେନ୍ ରଦ୍ଦ କଲା ଭାରତୀୟ ରେଲୱେ; ଲୋକେ ଚିନ୍ତିତ
ଭାରତୀୟ ରେଲେଓ୍ଵ ହୋଲିର ଠିକ୍ ପୂର୍ବରୁ ୪୦୦ରୁ ଅଧିକ ଟ୍ରେନ୍ ରଦ୍ଦ କରି ଦେଇଛି। ହୋଲି ଭଳି ବଡ଼ ଉତ୍ସବ ସମୟରେ ଲୋକେ ନିଜ ଘରକୁ ଯାଇ ପରିବାର ସହିତ ଏହାକୁ ପାଳନ କରିବାକୁ ଚାହାଁନ୍ତି। କିନ୍ତୁ ଏତେ ବଡ଼ ସଂଖ୍ୟାରେ ଟ୍ରେନ୍ କ୍ୟାନ୍ସଲ ହେବା ଲୋକଙ୍କୁ ସମସ୍ୟାରେ ପକାଇ ଦେଇଛି।

ଭାରତୀୟ ରେଲେଓ୍ଵ ସୋମବାର ହୋଲି ପୂର୍ବରୁ ୪୦୦ରୁ ଅଧିକ ଟ୍ରେନ୍ ରଦ୍ଦ କରି ଦେଇଛି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ପୂର୍ବ ରେଲେଓ୍ଵ ଜୋନ୍ରୁ ଥିଲା। ଏମିତିରେ ୪୦୦ରୁ ଅଧିକ ଟ୍ରେନ୍ ରଦ୍ଦ ହେବା ଦ୍ୱାରା ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶ ଲୋକଙ୍କର ସମସ୍ୟା ବଢ଼ି ଯାଇଛି। କାରଣ, ରେଳକୁ ଅଧିକାଂଶ ଲୋକଙ୍କ ପାଇଁ ପରିବହନର ସବୁଠାରୁ ସୁବିଧାଜନକ ମାଧ୍ୟମ ବୋଲି କୁହାଯାଇଥାଏ।
ରେଲେଓ୍ଵ ମୁତାବକ, ବରୌନୀରୁ ନୂଆଦିଲ୍ଲୀ, ହାଓ୍ଵଡ଼ା ଜଙ୍କସନରୁ ଜବଲପୁର, ଲକ୍ଷ୍ନୌରୁ ପାଟଳିପତ୍ର, ଆନନ୍ଦ ବିହାର ଟର୍ମିନାଲରୁ ଗୋରଖପୁର ଆସୁଥିବା ହମସଫର ଏକ୍ସପ୍ରେସ୍ ଏବଂ ହଟିୟାରୁ ଆନନ୍ଦ ବିହାର ଟର୍ମିନାଲ ଆସୁଥିବା ଝାଡ଼ଖଣ୍ଡ ଏକ୍ସପ୍ରେସ୍କୁ ରଦ୍ଦ କରି ଦିଆଯାଇଛି।
ଏହିପରି ଗୋରଖପୁର ଓ ଛପରା ମଧ୍ୟରେ ଚାଲୁଥିବା ଏକ୍ସପ୍ରେସ୍ ସ୍ପେଶାଲ ଟ୍ରେନ୍, ଚଣ୍ଡୀଗଡ଼ ଓ ଅମୃତସର ମଧ୍ୟରେ ଚାଲୁଥିବା ସୁପରଫାଷ୍ଟ୍ ଏକ୍ସପ୍ରେସ୍, ହାଓ୍ଵଡା ଓ ଡେରାଡୁନ୍ ମଧ୍ୟରେ ଚାଲୁଥିବା କୁମ୍ଭ ଏକ୍ସପ୍ରେସ୍ ଏବଂ ନୂଆଦିଲ୍ଲୀ ଓ ଗୟା ମଧ୍ୟରେ ଚାଲୁଥିବା ମହାବୋଧି ଏକ୍ସପ୍ରେସ୍କୁ ମଧ୍ୟ ରଦ୍ଦ କରାଯାଇଛି।
ଏହି ନିଷ୍ପତ୍ତି ଯୋଗୁ ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ରେଳ ଯାତାୟାତ ପ୍ରଭାବିତ ହୋଇଛି। ପଞ୍ଜାବ ଓ ନୂଆଦିଲ୍ଲୀରୁ ଯାତାୟାତ କରୁଥିବା କିଛି ଲମ୍ବା ଦୂରତା ବିଶିଷ୍ଟ ଟ୍ରେନ୍କୁ ମଧ୍ୟ ରଦ୍ଦ କରି ଦିଆଯାଇଛି। ଭାରତୀୟ ରେଲେଓ୍ଵ ଅନୁସାରେ, ୩୫୪ ଟ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରାଯାଇଛି। ୫୩ ଟ୍ରେନ୍ ଆଶିଂକ ରୂପରେ କ୍ୟାନ୍ସଲ ହୋଇଛି। ୨୫ ଟ୍ରେନ୍କୁ ରିସେଡ୍ୟୁଲ କରାଯାଇଥିବା ବେଳେ ୪୯ ଟ୍ରେନ୍ର ରୁଟ୍ ଡାଏଭର୍ଟ କରାଯାଇଛି।