Below header

ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ, ଭୋଗମଣ୍ଡପ ଓ ଜୟବିଜୟ ଦ୍ୱାରର ଚାଲିଛି ଯାଂଚ

ପୁରୀ (କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ, ଭୋଗମଣ୍ଡପ ଓ ଜୟବିଜୟ ଦ୍ୱାରର ଯାଂଚ ଚାଲିଛି । ବିଶେଷଜ୍ଞ ଟିମ୍ ଯାଞ୍ଚ କରୁଛନ୍ତି । ଆଜି ତୃତୀୟ ଦିନରେ ଯାଂଚ ପ୍ରକ୍ରିୟା ଚାଲୁ ରହିବ । ସବୁ ଦୁର୍ବଳ ଅଂଶ ଗୁଡ଼ିକର ମିଳିତ ଯାଂଚ ହେବ । ଏହି ଯାଞ୍ଚରେ ଏଏସ୍ଆଇ, କୋର କମିଟି ଓ ବିଶେଷଜ୍ଞମାନେ ସାମିଲ ହେବେ । ମିଳିତ ଯାଞ୍ଚ ପରେ ନାଟ ମଣ୍ଡପ ମରାମତି ସଂପର୍କରେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ । ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ପରେ ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ଯାଂଚ କରୁଥିବା ବିଶେଷଜ୍ଞମାନେ କହିଛନ୍ତି । ସେହିପରି ରତ୍ନ ଭଣ୍ଡାରର ମରାମତି ଏବେ ସମ୍ଭବ ନୁହେଁ । ରଥଯାତ୍ରା ସମୟରେ ମହାପ୍ରଭୁ ଗୁଣ୍ଡିଚାଘରେ ଅବସ୍ଥାନ କରୁଥିବା ବେଳେ ମରାମତି କରାଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଗତକାଲି ରାଜ୍ୟ ବାହାରର ୩ ଜଣ ବିଶେଷଜ୍ଞ ଶ୍ରୀମନ୍ଦିର ଯାଞ୍ଚ କରିବା ପରେ ଏକ ବୈଠକରେ ଏ ନେଇ ଆଲୋଚନା କରିଥିଲେ । ଦୁର୍ବଳ ଅଂଶଗୁଡ଼ିକର ମରାମତି ଜରୁରୀ ବୋଲି ବିଶେଷଜ୍ଞ ଟିମ୍ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.