ବାଦଲ ଫଟା ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ, ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଟ୍ରକ୍

ବଣାଇ: ଭାସିଗଲା ଅସ୍ଥାୟୀ ପୋଲ। ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ନାରାୟଣ ପୋଷ କମଣ୍ଡ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯେଉଁଠାରେ ବାଦଲ ଫଟା ବର୍ଷାରେ ପାହାଡ ଉପରୁ ପାଣି ଆସି ଭାସିଗଲା ଅସ୍ଥାୟୀ ପୋଲ। ଫଳରେ କଲଟାକୋଇଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ ଅଟକି ରହିଛି । ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଚେଷ୍ଟା ଚାଲିଛି । ହେଲେ ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ କାମ ଆଗେଇପାରୁନି । ରାସ୍ତାରେ ମାଟି ପକାଯାଇଥିବାରୁ ଲୋକେ ବିପଦପୂର୍ଣ୍ଣ ଯାତାୟତ କରୁଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.