ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ, ସବୁ ପଞ୍ଚାୟତରେ ରହିବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ

 ଭୁବନେଶ୍ୱର (କେନ୍ୟୁଜ) : ଗାଁ ସୁରକ୍ଷା ନେଇ ନବୀନଙ୍କ ଘୋଷଣା ପରେ ଆଜି ପଞ୍ଚାୟତିରାଜ ବିଭାଗ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛି। ସବୁ ଜିଲ୍ଲାପାଳ, ପିଡିଡିଆରଡିଏ ଓ ସବୁ ପଞ୍ଚାୟତ ଅଧିକାରୀଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ମନ୍ତ୍ରାଳୟ। ଚିଠି ମୁତାବକ ସବୁ ପଞ୍ଚାୟତରେ ରହିବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ। ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଯିଏ ବି ବାହାରୁ ଆସିବ ସେମାନେ ଏହି ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହିବେ। ପ୍ରତି ଗ୍ରାମ ପଞ୍ଚାୟତ ଏହି ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପାଇଁ ୫ ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରି ପାରିବେ। ଚରୁର୍ଦ୍ଦଶ ଅର୍ଥ କମିଶନ ଓ ଚତୁର୍ଥ ରାଜ୍ୟ ଅର୍ଥ କମିଶନରୁ ମିଳିଥିବା ଅର୍ଥ ଏଥିରେ ଖର୍ଚ୍ଚ କରାଯିବ। ବର୍ତ୍ତମାନ ସୁଦ୍ଧା ୬ ହଜାର ୭୯୮ ପଞ୍ଚାୟତରେ ୭ ହଜାର ୪୫ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ତିଆରି ସରିଛି। ହାଇସ୍କୁଲ, କଲେଜ, ବାତ୍ୟ ଆଶ୍ରୟ ସ୍ଥଳୀ ବିଶେଷ ଭାବରେ ଯେଉଁ ବିଲ୍‌ଡିଂରେ ବାଉଣ୍ଡ୍ରି ୱାଲ ଥିବ ସେଠାରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପାଇଁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.