Below header

ଆକ୍ସନ ମୁଡରେ ଚିଲିକା ତହସିଲଦାର, ମାସ୍କ ନପିନ୍ଧି ଥିବା ଲୋକଙ୍କ ଠାରୁ କଲେ ଫାଇନ ଆଦାୟ

ଟାଙ୍ଗୀ(କେନ୍ୟୁଜ): କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ନିଜ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏହି ନିୟମକୁ ଯେମିତି କେହି ଉଲଂଘନ ନକରନ୍ତୁ ଏଥିପାଇଁ ଆକ୍ସନ ମୁଡରେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରକୁ ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣ ବହୁଳ ମାତ୍ରାରେ କିଣା ବିକା ପାଇଁ ଆସନ୍ତି ।

tahasildarକିନ୍ତୁ କିଛି ଅମାନିଆ ମୁହଁରେ ମାସ୍କ ନପିନ୍ଧି ମନ ଇଛା ଏଣେ ତେଣେ ଅଯଥାରେ ବୁଲାବୁଲି କରିଛନ୍ତି । ସେମାନଙ୍କୁ ଚିଲିକା ତହସିଲ ପ୍ରଶାସନ ଓ ବାଲୁଗାଁ ଏନ୍‌ଏସି ମିଳିତ ଚଢ଼ାଉ କରି ମାସ୍କ ନ ପିନ୍ଧିବା ଅଭିଯୋଗରେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି। ଉକ୍ତ ଚଢ଼ାଉରେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ, ବାଲୁଗାଁ ରାଜସ୍ବ ନିରୀକ୍ଷକ ଅଧିକାରୀ, ଏନଏସିର ଟ୍ୟାକ୍ସ କଲେକ୍ଟର ସାମନ୍ତ ଅନନ୍ତ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏପରି ଯାଞ୍ଚକୁ ଆହୁରି ସହର ଠାରୁ ଗାଁ ପର୍ଯ୍ୟନ୍ତ ବ୍ୟାପକ କରାଯାଇ ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର କହିଛନ୍ତି । ଏଣୁ ନିଜ ସୁରକ୍ଷା ପାଇଁ ମାସ୍କକୁ ବାଧ୍ୟତାମୂଳକ ପିନ୍ଧିବା ପାଇଁ ତହସିଲଦାର ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.