Below header

ଜିଓ-ଫେସବୁକ ଡିଲ୍ ପରେ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ, ଚୀନକୁ ପକାଇଲେ ପଛରେ

ଫେସବୁକ ସହ ସବୁଠୁ ବଡ଼ ଡିଲ କରିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନୀ ଆଉ ଏକ କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। ଏବେ ମୁକେଶ ଅମ୍ବାନୀ ଚାଇନିଜ ଇ-କମର୍ସ କମ୍ପାନୀ ଅଲିବାବାର ପ୍ରତିଷ୍ଠାତା ଜ୍ୟାକ ମାଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଯାଇଛନ୍ତି।

Ambani is the richest Asian, overtaking Jack Ma

ଫେସବୁକ ଜିଓର ପ୍ରାୟ ୧୦ ପ୍ରତିଶତ ଅଂଶଧନ କିଣିଛି। ଏହି ଡିଲ ଟେକ କ୍ଷେତ୍ରରେ ସବୁଠାରୁ ବଡ଼ ଚୁକ୍ତି। ଏହି ଡିଲ ପରେ ପୁଣିଥରେ ଜ୍ୟାକ ମା ଅମ୍ବାନୀଠାରୁ ତଳକୁ ଖସିଛନ୍ତି। ଏହି ଡିଲ ପରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୪ ଅରବ ଡଲାର ବଢ଼ିଛି। ଏବେ ତାଙ୍କ ସମ୍ପତ୍ତି ମୂଲ୍ୟ ମୋଟ ୪୯ ଅରବ ଡଲାର ହୋଇଛି।

Facebook-Reliance Jio deal: Social media giant pumps in Rs 43,574 ...

ସୂଚନାଯୋଗ୍ୟ ଯେ ଫେସବୁକ ୪୩,୫୭୪ କୋଟି ଟଙ୍କା ନିବେଶ କରି ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶଧନ କିଣିଛି। କୌଣସି ବିଦେଶୀ କମ୍ପାନୀ ସହ ଭାରତର ଏହା ହେଉଛି ସବୁଠୁ ବଡ଼ ଡିଲ। ଫେସବୁକରେ ନିବେଶ କରିବା ପରେ ଜିଓ ପ୍ଲାଟଫର୍ମର ମୂଲ୍ୟ ପ୍ରାୟ ୪.୭୫ ଲକ୍ଷ କୋଟି ଟଙ୍କା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.