ଝାରସୁଗୁଡ଼ାରୁ କୋଲକାତା ଓ ହାଇଦ୍ରାବାଦ ବିମାନ ବାତିଲକୁ ନେଇ ତାତିଲେ ଲୋକେ

ଝାରସୁଗୁଡା(କେନ୍ୟୁଜ୍) : ବିମାନ ବାତିଲ ନେଇ ତାତିଲେ ଲୋକେ। ଯାହାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରି ହଟ୍ଟଗୋଳ କରିଥିଲେ। ଝାରସୁଗୁଡା ବିମାନ ବନ୍ଦରରୁ ହାଇଦ୍ରାବାଦ ଓ କୋଲକାତାରୁ ଝାରସୁଗୁଡାକୁ ଆସୁଥିବା ବିମାନଟି ଗତକାଲି ପୁଣି ବାତିଲ ହୋଇଥିଲା । ଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ବିମାନ ବାତିଲ ନେଇ ଯାତ୍ରୀମାନେ ସ୍ପାଇସଜେଟ୍‌ ଅଧିରାକୀଙ୍କୁ ପଚାରିବାରୁ ସେମାନେ କୌଣସି ସଠିକ୍‌ ଉତ୍ତର ଦେଇନଥିବା ଅଭିଯୋଗ ହୋଇଛି । ଗତ ୬ ତାରିଖରେ ମଧ୍ୟ ହାଇଦ୍ରାବାଦରୁ ଝାରସୁଗୁଡା ଓ ଝାରସୁଗୁଡାରୁ କୋଲକାତା ସ୍ପାଇସଜେଟ୍‌ ର ବିମାନ୍‌ ବାତିଲ ହୋଇଥିଲା । ବିମାନ ବନ୍ଦରରେ Instrumental landing system ଏକ ଯନ୍ତ୍ର ଲାଗି ନଥିବାରୁ ବାରମ୍ବାର ଏଭଳି ଅସୁବିଧା ହେଉଥିବା ବିମାନ ନିର୍ଦ୍ଦେଶକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.