Below header

ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ନେଇ ବିିବାଦ

52276-2

ଯାଜପୁର ଟାଉନ୍‌ (କେନ୍ୟୁଜ୍) : ବିଂଝାରପୁରରେ ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ନେଇ ଦେଖାଦେଇଛି ବିବାଦ । ଗତ ୧୯୫୯ ମସିହାରୁ ପବିତ୍ର ମକର ସଂକ୍ରାନ୍ତି ଠାରୁ ବାବା ବରୁଣେଶ୍ୱରଙ୍କ ପୀଠରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ବରୁଣେଶ୍ୱର ମହୋତ୍ସବକୁ ଆୟୋଜନ କରିଆସୁଛି ଅରେଇ ପଂଚାୟତ । ପଂଚାୟତର ସରପଂଚ ଏହାର ଦାୟିତ୍ୱ ନେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏହି ମହୋତ୍ସବକୁ ଆୟୋଜନ କରିବା ପାଇଁ ବରୁଣେଶ୍ୱର ଉନ୍ନୟନ ପରିଷଦ ଜିଦ ଧରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ମାମଲା ହାଇକୋର୍ଟ ପର‌୍ୟ୍ୟନ୍ତ ଯାଇଥିଲା ।

barunei templeଗତବର୍ଷ ଏହି ମାମଲାର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ଅରେଇ ପଂଚାୟତକୁ ଏହି ମହୋତ୍ସବ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସେତେବେଳେ ଉନ୍ନୟନ ପରିଷଦ ପକ୍ଷରୁ ଆଦାୟ କରାଯାଇଥିବା ରୟାଲିଟିକୁ ପଂଚାୟତର ଉନ୍ନୟନ ମୂଳକ କାର‌୍ୟ୍ୟରେ ଲଗାଇବାକୁ ମଧ୍ୟ ନିର୍ଦ୍ଧେଶ ଦେଇଥିଲେ । ଏଥିରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ସହ ବହୁ ଯାତ୍ରା ପାର୍ଟି, ପଲ୍ଲିଶ୍ରୀ ମେଳା ଓ ମିନା ବଜାର ପଡିଥାଏ। ବିଭିନ୍ନ ଦିନରେ ଆୟୋଜିତ ହୁଏ ସାଂସ୍କୃତିକ କାର‌୍ୟ୍ୟକ୍ରମ ଓ ଆଲୋଚନା ଚକ୍ର ।

temple baruneiକିନ୍ତୁ ଚଳିତ ବର୍ଷ ଏହି ମହୋତ୍ସବ ଆୟୋଜନକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁଁ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ପ୍ରକାଶ ପାଇଛି । ଜିଲାପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପଂଚାୟତକୁ ମହୋତ୍ସବ ଆୟୋଜନ ନେଇ ଅନୁମତି ନ ଦେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଥାନୀୟ ଗ୍ରାମବାସୀ ବାଧ୍ୟ ହେବେ ବୋଲି ଚେତାବନି ଦିଆଯାଇଛି । ସେପଟେ ଚଳିତ ବର୍ଷ ଏହି ମେଳା ଆୟୋଜନ ପାଇଁ ଜିଲାପାଳଙ୍କୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.