କୋଇଲା ପରିବହନ ଠପ୍ , ଖଣି ସମ୍ମୁଖରେ ଅର୍ଥନୈତିକ ଅବରୋଧ

ତାଳଚେର(କେନ୍ୟୁଜ୍) : ତାଳଚେରରେ ୮ଟି କୋଇଲା ଖଣି ସମ୍ମୁଖରେ ଅର୍ଥନୈତିକ ଅବରୋଧ ଚାଲିଛି। ୧୬ ଦଫା ଦାବିରେ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ କରାଯାଉଛି। ଫଳରେ କୋଇଲାଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ହୋଇଯାଇଛି। ରେଳ ଯୋଗେ କୋଇଲା ପରିବହନ ମଧ୍ୟ ଠପ୍ ହୋଇଯାଇଛି। NTPC ଓ ନାଲକୋକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି।
ମୁଖ୍ୟତଃ ୨୦୦୬ ବିସ୍ଥାପନ ଏବଂ ଥଇଥାନ ଆଇନକୁ ପାଳନ କରିବା, ତାଳଚେରରେ ଏକ ସ୍ୱତନ୍ତ୍ର କୋଇଲା କମ୍ପାନୀ ଘୋଷଣା କରିବା, ତାଳଚେର ବାଙ୍କଧରା ଠାରୁ ବଲହର ଛକ ପର୍ୟ୍ୟନ୍ତ ଫ୍ଲାଏଓଭର କରିବା ଏବଂ ଜମିହରା ବେକାରୀ କ୍ଷତିଗ୍ରସ୍ତଙ୍କ ନିଯୁକକ୍ତି ଦେବା ଦାବିରେ ଆନ୍ଦୋଳନ କରାଯାଉଛି।