ପାଣ୍ଡ୍ୟାଙ୍କ ବିବାଦରେ ମୁହଁ ଖୋଲିଲେ କୋହଲି, ଜାଣନ୍ତୁ କଣ କହିଲେ

ଲୋକେଶ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଅଧିନାୟକ ବିରାଟ କୋହଲି । ବିରାଟ କହିଛନ୍ତି, ଆମେ ଭାରତୀୟ କ୍ରିକେଟ୍ ଟିମ୍ ଓ ଦାୟିତ୍ୱବାନ୍ ଖେଳାଳି । ଦାୟିତ୍ୱବାନ ଖେଳାଳି ହିସାବରେ ଏପରି ମନ୍ତବ୍ୟ ଦେବା ଅନୁଚିତ୍ । ଏହା ସେମାନଙ୍କ ବ୍ୟକ୍ତିଗତ ମତ । ତେବେ ସେମାନଙ୍କ ବିରୋଧରେ କ’ଣ କାର‌୍ୟ୍ୟାନୁଷ୍ଠାନ ହେଉଛି, ତାହାକୁ ଅପେକ୍ଷା କରାଯାଇଥିବା କହିଛନ୍ତି ବିରାଟ କୋହଲି ।

virat

ଆସନ୍ତାକାଲି ସିଡନୀରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ । ଟିଭି ଚାର୍ଟ ସୋ ‘କଫି ଓ୍ଵିଥ କରଣ’ରେ ମହିଳା ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ଲୋକେଶ ରାହୁଲ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା । ଏହା ପରେ ଏହି ଦୁଇ ଯୁବ କ୍ରିକେଟରଙ୍କୁ ଦୁଇଟି ଦିନିକିଆରୁ ସସପେଣ୍ଡ କରିଛି ବିସିସିଆଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.