ଏବେ ଛତିଶଗଡ଼କୁ ପଶି ପାରିବନି ସିବିଆଇ

ରାୟପୁର (କେନ୍ୟୁଜ୍) : ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ପରେ ଏବେ ଛତିଶଗଡ଼କୁ ସିବିଆଇ ମନା । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ପଶିପାରିବନି ସିବିଆଇ । ରାଜ୍ୟରେ ମାମଲାର ତଦନ୍ତ କରିବାକୁ ସିବିଆଇ ସହ ହୋଇଥିବା ଚୁକ୍ତିକୁ ପ୍ରତ୍ୟାହାର କରିଛନ୍ତି ଛତିଶଗଡ଼ ସରକାର । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି, ଗତ କିଛି ମାସ ହେବ କେନ୍ଦ୍ର ସରକାର ସିବିଆଇର ଭୁମିକାକୁ ପ୍ରଶ୍ନବାଚୀରେ ପକାଇଛନ୍ତି ।

raipur cbi

ଏଥିପାଇଁ ରାଜ୍ୟରେ ସିବିଆଇର କାର‌୍ୟ୍ୟକଳାପ ଚାଲୁ ରଖିବା ଠିକ୍ ହେବ ନାହିଁ । ଏହା ସହ ସିବିଆଇ ସଙ୍ଘୀୟ ବ୍ୟବସ୍ଥାର ଅପବ୍ୟବହାର କରୁଛି । ଏପରିକି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରଭାବିତ କରୁଛି । ଏବେ କିଛି ବି କାର‌୍ୟ୍ୟକଳାପ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.