ପାର୍କିଂ ଫି’କୁ ନେଇ ମାଡ଼ ମରାମରି ଓ କାମୁଡ଼ା କାମୁଡ଼ି

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଧୀନସ୍ତ ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ପାର୍କକିଙ୍ଗ ଫି’କୁ ନେଇ ଗଣ୍ଡଗୋଳ । ପରିସ୍ଥିତି ଏମିତି ହେଲା ଯେ ଶେଷରେ ଜଣେ ଜଣକୁ କାମୁଡ଼ି ପକାଇଲା ।

ସୂଚନା ଯାହା ରହିଛି କି, ଗତ କାଲି ରାତିରେ ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଜଣେ ବ୍ୟକ୍ତି ଗାଡ଼ ପାର୍କିଂ କରିଥିଲେ । ସେଠାରୁ ଫି ଆଦାୟ କରୁଥିବା ଯୁବକ ଆସି ପଇସା ମାଗିବାରୁ ବ୍ୟକ୍ତି ଜଣକ ଫି ଦେବାକୁ ମନା କଲେ । ତା ପରେ ଆରମ୍ଭ ହେଲା ଯୁକ୍ତିତର୍କ ଏବଂ ହାତାହାତି । ଏହା ଭିତରେ କାର୍‌ ପାର୍କ କରିଥିବା ବ୍ୟକ୍ତି ଜଣକ ଯେତେବେଳେ ଜୋର୍‌ରେ ଆକ୍ରମଣ କଲେ ତାକୁ କିନ୍ତୁ ଫି ଆଦାୟ କରୁଥିବା ଯୁବକ ଜଣକ ସାମନା କରି ପାରିଲେନି । ତେଣୁ ନପାରିଲାରୁ ତାଙ୍କ ହାତକୁ କାମୁଡି ପକାଇଲେ।

ଶେଷରେ କଥା ଯାଇ ଏୟାରଫିଲଡ୍‌ ଥାନାରେ ପହଁଚିଲା। କାମୁଡ଼ା ଖାଇ ଆହତ ହୋଇଥିବା ବ୍ୟକ୍ତି ଜଣକୁ ପୋଲିସ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଆସିଲେ। ପରେ ଅବଶ୍ୟ ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା ବୋଲି ପୋଲିସ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.