ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଓ ତାଣ୍ଡବଲୀଳାରେ ଥରିଲା ଭୁବନେଶ୍ୱର ମାର୍କେଟ୍‌ ବିଲଡିଂ, ମାରପିଟ୍‌ ସାଙ୍ଗକୁ ଭଙ୍ଗାରୁଜା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜନଗହଳି ସନ୍ଧ୍ୟାବେଳେ ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣ । ମୁଖାପିନ୍ଧା ପ୍ରାୟ ୨୦ରୁ ୨୫ ଜଣ ଯୁବକ ଅଚାନକ ମାର୍କେଟ୍‌ ଅଞ୍ଚଳରେ ପଶି ତାଣ୍ଡବଳୀଲା ଚଳାଇଥିଲେ ।

MARKET BUILDING-2

ଉଠାଦୋକାନୀ ଠୁ ଆରମ୍ଭ କରି ଅନ୍ୟ ଦୋକାନରେ ଭଙ୍ଗାରୁଜା କରିବା ସହ ମାରପିଟ୍‌ ବି କରିଥିଲେ । ମାତ୍ର କେଇ ମିନିଟ୍‌ ଭିତରେ ଲଙ୍କାକାଣ୍ଡ ଘଟାଇ ଫେରାର ହୋଇଗଲେ ଯୁବକମାନେ । ସେମାନେ କିଏ ଏବଂ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.