ଦୀପିକାଙ୍କ ସପକ୍ଷରେ ଛିଡା ହେଲେ ବରୁଣ ଧାବନ, ‘ଛପାକ’ ବିରୋଧୀଙ୍କୁ କହିଲେ ଏପରି କଥା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କିଛି ଦିନ ହେବ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ଜେଏନୟୁରେ ବିରୋଧ ପ୍ରଦର୍ଶନରେ ସାମିଲ ନେଇ ହେଉ ବା ଛପାକର ପ୍ରମୋସନ ପାଇଁ ହେଉ । ଏମିତିକି ଦୀପିକାଙ୍କୁ ସମ୍ପର୍କ ଭାଙ୍ଗି ଦେଉଥିବା ଗ୍ୟାଙ୍ଗର ସଦସ୍ୟ ବୋଲି ମଧ୍ୟ କୁହାଯାଉଛି । ଏମିତିକି କେତେକ ରାଜନେତା ଦୀପିକାଙ୍କୁ ସୋସିଆଲ ମିଡ଼ିଆରେ ଖୁବ ସମାଲୋଚନା କରିଥିବା କଥା ମଧ୍ୟ ନଜରକୁ ଆସିଛି । ଅନେକେ ଦୀପିକାଙ୍କ ଅଭିନୀତ ‘ଛପାକ’ ସୀନେମା ବିରୋଧରେ ତୀବ୍ର ସ୍ୱର ମଧ୍ୟ ଉଠାଇଛନ୍ତି । କିନ୍ତୁ ଜେଏନୟୁ ଛାତ୍ର ଆନ୍ଦୋଳନରେ ସାମିଲ ନେଇ କେତେକ ବଲିଉଡ ଅଭିନେତା ଦୀପିକାଙ୍କ ସପକ୍ଷରେ ଛିଡା ହୋଇଛନ୍ତି । ଖାଲି ସେତିକି ନୁହେଁ ସେମାନେ ଦୀପିକାଙ୍କ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ଦୀପିକାଙ୍କ ସମର୍ଥନରେ ସ୍ୱର ଉଠାଇଛନ୍ତି ବଲିଉଡର ଅନ୍ୟତମ ଅଭନେତା ବରୁଣ ଧାବନ ।

dipika

ବରୁଣ ଏକ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତ୍କାର ସମୟରେ କହିଛନ୍ତି କି ଡ଼ରାଇବା ପାଇଁ ହିଁ ଲୋକେ ଵୟକଟ ପରି ଶବ୍ଦ ମାନଙ୍କ ବ୍ୟବହାର କରୁଛନ୍ତି । ଏମିତି ଶବ୍ଦ ର ପ୍ରୟୋଗ ଫିଲ୍ମ ‘ପଦ୍ମବତ’ ଓ ‘ଦିଲବାଲେ’ ପ୍ଳିଲ୍ମ ରିଲିଜ ପୂର୍ବରୁ ବି ହୋଇଥିଲା । ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଡ଼ରାଇବା ପାଇଁ ହିଁ ଲୋକେ ଏପରି ଶବ୍ଦ ମାନଙ୍କ ପ୍ରୟୋଗ କରିଥାନ୍ତି । ଆପଣ ମାନେ ମଧ୍ୟ ଏହି ମାମଲା ସପକ୍ଷରେ ଛିଡା ହେବା ଦରକାର । ବରୁଣଙ୍କ ଅନୁଯାୟୀ କୌଣସି ଶିକ୍ଷାନୁଷ୍ଠାନକୁ ରାଜନୀତିର ପରିସରକୁ ଆଣିବା ଉଚିତ ନୁହେଁ । ଅନ୍ୟ ପକ୍ଷରେ ସନି ଲିଓନି ମଧ୍ୟ ଏବାବଦରେ ନିଜ ତଥ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.