୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ସରକାରୀ-ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ କଲେଜ ମଧ୍ୟ ବନ୍ଦ

ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ। ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ମଧ୍ୟ ଏହି ଦାବିକୁ ସମର୍ଥନ କରି ବନ୍ଦ ପାଳନ କରିଛି । ଜରୁରୀ କାଳୀନ ସେବା ଏବଂ ଯେଉଁ ସ୍କୁଲ କଲେଜରେ ପରୀକ୍ଷା ଚାଲୁ ଥିବାରୁ ତାହା ବନ୍ଦରୁ ବାଦ ଦିଆଯାଇଛି ।

କଣ୍ଟାବାଞ୍ଜି (କେନ୍ୟୁଜ): ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ଚାଲିଛି । ଜିଲ୍ଲା ସଂଘର୍ଷ ସମିତି ଡାକରାରେ ଏହି ବନ୍ଦ ପାଳନ କରାଯାଉଛି ।

ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି ଦୋକାନ, ବଜାର, ବ୍ୟାଙ୍କ , ସରକାରୀ ବେସରକାରୀ କାର୍ଯ୍ୟାଳୟ ,ସ୍କୁଲ କଲେଜ, ବସ ଚଳାଚଳ ଆଦି ବନ୍ଦ ରହିଛି । ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ମଧ୍ୟ ଏହି ଦାବିକୁ ସମର୍ଥନ କରି ବନ୍ଦ ପାଳନ କରିଛି । ଜରୁରୀ କାଳୀନ ସେବା ଏବଂ ଯେଉଁ ସ୍କୁଲ କଲେଜରେ ପରୀକ୍ଷା ଚାଲୁ ଥିବାରୁ ତାହା ବନ୍ଦରୁ ବାଦ ଦିଆଯାଇଛି । ବନ୍ଦ ପାଳନରେ ସହରର ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ଏଥିରେ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.