Below header

ବସଷ୍ଟାଣ୍ଡରେ ମହିଳାଙ୍କ ଠାରୁ ସୁନା ଅଳଙ୍କାର, ଟଙ୍କା ଓ ମୋବାଇଲ ଚୋରି; ଶ୍ରୀକାକୁଲମରୁ ଗିରଫ ହେଲା ଅଭିଯୁକ୍ତ

ଭଂଜନଗରରୁ ବନ୍ଧବାହଲ ଯିବା ପାଇଁ ବସଷ୍ଟାଣ୍ଡରେ ମହିଳାଙ୍କ ଠାରୁ ସୁନା ଅଳଙ୍କାର, ଟଙ୍କା ଓ ମୋବାଇଲ ଚୋରି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ଚିହ୍ନଟ।

ଭଞ୍ଜନଗର (କେନ୍ୟୁଜ): ଗଂଜାମ ଜିଲ୍ଲା ଭଞ୍ଜନଗର ବସଷ୍ଟାଣ୍ଡରୁ ଜଣେ ମହିଳା ଯାତ୍ରୀଙ୍କ ଠାରୁ ସୁନା ଅଳଙ୍କାର, ମୋବାଇଲ ଓ ନଗଦ ଟଙ୍କା ଚୋରି ଅଭିଯୋଗରେ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଅଭିଯୁକ୍ତକୁ ଗିରଫ କଲା ଭଂଜନଗର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଆନ୍ଧ୍ରପ୍ରଦେଶ ସୋମପେଣ୍ଟାର କବିର ରାଓ । ଭଂଜନଗରରୁ ବନ୍ଧବାହଲ ଯିବା ପାଇଁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ମହିଳା ଯାତ୍ରୀଙ୍କ ଭ୍ୟାନିଟ ବ୍ୟାଗ୍ ରେ ଥିବା ସାମଗ୍ରୀ ଗୁଡିକ ଚୋରି ହୋଇଥିଲା ।

ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଅଭିଯୁକ୍ତକୁ ଚିହ୍ନଟ କରିବା ସହ ଆନ୍ଧ୍ର ପୋଲିସ ସହାୟତାରେ ଶ୍ରୀକାକୁଲମରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ଭଂଜନଗର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.