ASO ଚୟନ ପ୍ରକ୍ରିୟାରେ ଲାଗିଲା ରୋକ୍‌, ସେପ୍ଟେମ୍ବର ୨୧ ପରବର୍ତ୍ତୀ ଶୁଣାଣି

ଆଶା ଆଶଙ୍କାରେ ASO ଆବେଦନକାରୀ। ASO ସାନି ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ। ସାନି ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ହାଇକୋର୍ଟଙ୍କ ରୋକ।

କଟକ (କେନ୍ୟୁଜ): ଆଶା ଆଶଙ୍କାରେ ASO ଆବେଦନକାରୀ। ASO ସାନି ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ। ସାନି ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ହାଇକୋର୍ଟଙ୍କ ରୋକ। ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ରହିତାଦେଶ। ଜବାବ ଦାଖଲ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ରହିଛି । ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଗତବର୍ଷ ଅଗଷ୍ଟ ୨୭ରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ପଦବୀ ପାଇଁ ପ୍ରାୟ ଦେଢ଼ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଗତ ନଭେମ୍ବର ୭ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ ହୋଇନାହିଁ ବୋଲି ଅଭିଯୋଗ ହୋଇଥିଲା ।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.