ରାସ୍ତା ଉପରେ ଯୁବତୀଙ୍କୁ ଉଲଗ୍ନ କଲା ଯୁବକ, ସବୁ ଦେଖି ଚୁପ୍‌ ରହିଲା ମା’ ପୁଅକୁ ରୋକିଲାନି; ଅଭିଯୁକ୍ତ ଗିରଫ

ଯୁବତୀଙ୍କ ପୋଷାକ ଫାଡିଚାଲିଥିଲେ ଯୁବକ । ସବୁ ଦେଖି ପୁଅ ସାଙ୍ଗରେ ମା’ ଥାଇ ମଧ୍ୟ ଚୁପ୍‌ ରହିଲା । ସ୍ଥିତି ଏଭଳି ହେଲା ଯେ, ଯୁବତୀଙ୍କୁ ପଲିଥିନରେ ଘୋଡାଇଲେ ସ୍ଥାନୀୟ ମହିଳା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।

ରାସ୍ତା ଉପରେ ଯୁବତୀଙ୍କୁ ଉଲଗ୍ନ କଲା ଯୁବକ। ଆଉ ସବୁ ଦେଖି ଚୁପ୍‌ ରହିଲା ଯୁବକର ମା’ । ଏମିତି ଲଜ୍ଜାଜନକ ଘଟଣା ହାଇଦ୍ରାବାଦରେ ଘଟିଛି । ଘଟଣାଟି ସିସିଟିଭିରେ କଏଦ ହୋଇଛି । ଯାହା ଏବେ ଭାଇରଲ ହେବାରେ ଲାଗିଛି । ପୋଲିସରେ ଏହାକୁ ନେଇ ଏତଲା ଦାଏର ହେବା ପରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି ।

ଖବର ମୁତାବକ, ହାଇଦ୍ରାବାଦର ଜବାହର ନଗରରେ ରବିବାର ରାତି ୮ଟାରେ ଜଣେ ଯୁବତୀ ଡ୍ରେସ ଦୋକାନରୁ ଫେରୁଥିବା ସମୟରେ ଯୁବକ ଜଣକ ଖରାପ ମନୋଭାବ ନେଇ ତାଙ୍କୁ ଛୁଇଁଥିଲେ । ଯୁବତୀ ଜଣକ ଆପତ୍ତି କରିବା ପରେ ଯୁବକ ଆକ୍ରତ୍ମକ ହୋଇ ମହିଳାଙ୍କ ପୋଷାକୁ ଚିରି ରାସ୍ତାରେ ନିବସ୍ତ୍ର କରିଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଘଟଣା ସମୟରେ ଯୁବକଙ୍କ ମା’ ତାଙ୍କ ସାଥିରେ ରହିଥିଲେ କିନ୍ତୁ ସେ ଯୁବକଙ୍କୁ ଅଟକାଇ ନଥିଲେ । ଏହି ଘଟଣା ସମୟରେ ଆଉ ଜଣେ ମହିଳା ଯାଉଥିବା ବେଳେ ଦେଖି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି ମହିଳାଙ୍କ ଉପରେ ଯୁବକ ଜଣକ ଆକ୍ରାତ୍ମକ ହୋଇଥିଲେ । ଏହା ମଧ୍ୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିବା କରିଥିଲା । ଆଉ ଉଲଗ୍ନ ଯୁବତୀଙ୍କୁ କିଛି ମହିଳା ନୀଳ ପ୍ଲାଷ୍ଟିକ ଜରିରେ ଘୋଡାଇ ଦେଇଥିଲେ ।

ପୋଲସ ଏହି ମାମଲାକୁ ନେଇ ଧାରା ୩୫୪(ବି), ୫୦୬, ୩୨୩ ଅଧିନରେ ମାମଲା ରୁଜୁ କରିଛି । ଏଥିରେ ମା’ ପୁଅକୁ ରୋକିବାରେ ବିଫଳ ରହିଥିବା ଦୋଷ ମଧ୍ୟ ଲଗାଯାଇଛି ।

ତେବେ ମଣିପୁର ଘଟଣା ପରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି । ଆଉ ଗିରଫ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.