Below header

ରାସନ କାର୍ଡ଼ଟିଏ ନାହିଁ, ଭାରି କଷ୍ଟରେ ଶାଗ ବିକି ଚଳୁଛନ୍ତି ଏ ବୁଢୀ ମାଉସୀ

ପୁରୀ ଜିଲ୍ଲା ସଦର ବ୍ଲକ ଭାଇଲପୁର ଗ୍ରାମର ପାକି ଦେଇ । ପରିଣତ ବୟସରେ ମଧ୍ୟ କାହା ଉପରେ ବୋଝ ନହୋଇ ନିଜେ ଶାଗ ସଂଗ୍ରହ କରି ଚନ୍ଦନପୁର ବଜାରରେ ବିକ୍ରି କରୁଛନ୍ତି । ସେଥିରୁ ଯାହା ଦି ପଇସା ମିଳେ ସେଥିରେ ସେ ଚଳନ୍ତି ।

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲା ସଦର ବ୍ଲକ ଭାଇଲପୁର ଗ୍ରାମର ପାକି ଦେଇ । ପରିଣତ ବୟସରେ ମଧ୍ୟ କାହା ଉପରେ ବୋଝ ନହୋଇ ନିଜେ ଶାଗ ସଂଗ୍ରହ କରି ଚନ୍ଦନପୁର ବଜାରରେ ବିକ୍ରି କରୁଛନ୍ତି । ସେଥିରୁ ଯାହା ଦି ପଇସା ମିଳେ ସେଥିରେ ସେ ଚଳନ୍ତି । ପାକି ଦେଇ ଏକାକୀ ଭାଇଲିପୁର୍ ଗାଁରେ ରହୁଛନ୍ତି । ତାଙ୍କ ଭାଇ ମୃତ୍ୟୁବରଣ କରିବା ପରେ ଏକ ଅଧା ଗଢା ଘରେ ସେ ଏକାକୀ ରହୁଛନ୍ତି । ନିଜ ଗାଁରୁ ସେ ୭ କି. ମି ରାସ୍ତା ଆସି ଚନ୍ଦନପୁର ବଜାରରେ ଶାଗ ବିକି ନିଜର ଗୁଜୁରାଣ ମେଣ୍ଟାନ୍ତି।

କିନ୍ତୁ ଦୁଃଖର ବିଷୟ ତାଙ୍କର ଆଜି ପର୍ଯ୍ୟନ୍ତ ରାସନ କାର୍ଡ଼ଟିଏ ହୋଇ ପାରିନାହିଁ । ସେ ଏନେଇ ଜିଲ୍ଲାପାଳଙ୍କୁ ବି ଦେଖା କରିଛନ୍ତି । କିନ୍ତୁ ସମସ୍ୟାର ସମାଧାନ ହୋଇ ପାରିନି । ତେବେ ଜଣେ ସୂଚନା ଅଧିକାରୀ କର୍ମୀ ଦିବାକର ବାରିକ ଶାଗ କିଣିବା ପାଇଁ ବଜାରକୁ ଯାଇଥିବାବେଳେ ତାଙ୍କ ନଜର ପଡିଥିଲା ପାକି ମାଉସୀଙ୍କ ଉପରେ । ପାକି ମାଉସୀଙ୍କ ଦୁଃଖ ଦେଖି ସୋସିଆଲ ମିଡିଆରେ ସେ ପୋଷ୍ଟ କରିବା ସହ ଯୋଗାଣ ଅଧିକାରୀଙ୍କୁ ତାଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

old woman

ଯୋଗାଣ ଅଧିକାରୀ ଆବଶ୍ୟକ କାଗଜପତ୍ର ଦେବା ପାଇଁ କହିବା ପରେ ପୁନଶ୍ଚ ସୂଚନା ଅଧିକାର କର୍ମୀ ଜଣଙ୍କ ତାଙ୍କ ଗାଁକୁ ଯାଇ ପାକି ଦେଇଙ୍କ ଠାରୁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରିଛନ୍ତି । ଯୋଗାଣ ଅଧିକାରୀ ତୁରନ୍ତ ପାକି ଦେଇଙ୍କୁ ରାସନ୍ କାର୍ଡ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କାହାକୁ ସାହାରା ଦେବା କିମ୍ବା କାହା ମୁହଁରେ ହସ ଫୁଟାଇବାରେ ଯେଉଁ ଆନନ୍ଦ ମିଳେ ତାହା ଆଉ କେଉଁଥିରେ ମିଳେନା । ତେବେ ବଜାରର ଭିଡ ଭିତରେ ପାକି ମାଉସୀଙ୍କୁ ସଭିଏଁ ଦେଖନ୍ତି ହେଲେ କେହି କେବେ ତାଙ୍କ ଦୁଃଖ ବୁଝିବାକୁ ଚେଷ୍ଟା କରିନଥିଲେ । ତେବେ ଦେଖାଯାଉ ପାକି ଦେଇଙ୍କୁ ରାସନ୍ କାର୍ଡ ଯୋଗାଇ ଦେବାର ପ୍ରତିଶ୍ରୁତି କେବେ ପୂରଣ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.