Below header

ଫିରିଙ୍ଗିଆ ଥାନା ପୋଡି ଘଟଣା: ବନ୍ଧା ହେଲେ ଆଉ ୨, ୨୧ରେ ପହଞ୍ଚିଲା ଗିରଫ ସଂଖ୍ୟା

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଜି ଆଉ ଦୁଇ ଜଣ ଗିରଫ ହୋଇଛନ୍ତି। ଟିକାବାଲି ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି । ଏଭିତରେ ଅଶାନ୍ତ ଫିରିଙ୍ଗିଆ ଶାନ୍ତି ଫେରିଛି ।

କକନ୍ଧମାଳ (କେନ୍ୟୁଜ): କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ୨ ଜଣ ଗିରଫ । ଟିକାବାଲି ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି । ଏଭିତରେ ଅଶାନ୍ତ ଫିରିଙ୍ଗିଆ ଶାନ୍ତି ଫେରିଛି । ପୁଣି ଖୋଲିଛି ଦୋକାନବଜାର ।

ଗତ ୫ ତାରିଖ ଦିନ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଉତ୍ତ୍ୟକ୍ତ ଲୋକ ଫିରିଙ୍ଗିଆ ଥାନାକୁ ଜାଳି ଦେଇଥିଲେ । ଘଟଣାସ୍ଥଳରେ ଏସଡିପିଓ, ଫିରିଙ୍ଗିଆ ତହସିଲଦାର ଓ ପୋଲିସ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ ମାରିଥିଲେ। ଥାନା ମଧ୍ୟରେ ଥିବା ଫାଇଲ୍ ,ମାଲଖାନାରେ ମହଜୁଦ୍ ଥିବା ଗଜେଂଇ,ସିସି କ୍ୟାମେରା,କଂପ୍ୟୁଟର ଓ ସମସ୍ତ ଆସବାବପତ୍ର ୋଡି ଦେଇଥିଲେ । ଏହି ଘଟଣାରେ ଥାନା ଅଧିକାରୀଙ୍କ ବଦଳି ସହ ଦୁଇ ହୋମଗାର୍ଡଂକୁୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ନୂଆ ଥାନା ଅଧିକାରୀ ରମେଶ ପ୍ରଧାନ ଦାୟିତ୍ବ ଗ୍ରହଣ କରିବା ପରେ ସମସ୍ତ ପିରିଙ୍ଗିଆ ଅଞ୍ଚଳବାସୀଙ୍କୁ ଭୟଭୀତ ନହୋଇ ପୂର୍ବ ପରି ଦୋକାନ ବଜାର ଖୋଲିବା ପାଇଁ ନିବେଦନ କରିଥିଲେ । ଏହାପରେ ଫିରିଙ୍ଗିଆରେ ସମସ୍ତ ଦୋକାନ ବଜାର ଖୋଲିଛି । ଗାଡି ମୋଟର ଚଳାଚଳ ସ୍ବାଭାବିକ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.