ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କରଞ୍ଜିଆ (କେନ୍ୟୁଜ): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ଥାନା ଅଞ୍ଚଳରୁ । କରଞ୍ଜିଆ ଥାନା ଅନ୍ତର୍ଗତ ସାନବଡ଼ପୋଷି ଗ୍ରାମ ଜଙ୍ଗଲରେ ଏକ ସଦ୍ୟଜାତ ଶିଶୁ ପୁତ୍ରକୁ କେହି ଦୁର୍ବୁତ୍ତ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ କିଛି ମହିଳା ଛତୁ ଗୋଟାଇବାକୁ ଯାଇଥିବା ବେଳେ ଶିଶୁକୁ ଦେଖି ନିକଟ ମାଣିକା ଦୁମା ଗ୍ରାମରେ ଖବର ଦେଇଥିଲେ ।

ଖବର ପାଇ କିଛି ବ୍ୟକ୍ତି ପୋଲିସ କୁ ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁମୃତକୁ ନେଇ ଅଞ୍ଚଳରେ ଶୋକକୂଳ ପରିବେଶ ଦେଖିବାକୁ ମିଳିଛି। ମୃତଦେହକୁ ବ୍ୟବଚ୍ଛୋଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ମୃତଦେହ। ତେବେ ମୃତ୍ୟୁର କାରଣ ଖୋଜୁଛି ପୋଲିସ। ତେବେ କିଏ କାହିଁକି ଏପରି ଜଣେ ନବଜାତ ଶିଶୁର ମୃତ ଦେହକୁ ଏପରି ଫିଙ୍ଗିଦେଇ ଚାଲି ଯାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.