ବାଘର ଗଳିତ ମୃତଦେହ ଉଦ୍ଧାର, କିଏ ମାରିଛି ? ନା ସ୍ବାଭାବିକ୍ ମୃତ୍ୟ; କାରଣ ଅସ୍ପଷ୍ଟ
ବାଘର ଗଳିତ ମୃତଦେହ ଉଦ୍ଧାର । ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ମିଣ୍ଡୋଳ ଗାଁର କାଜୁ ବଗିଚାରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ଶିକାରୀ ଫାଶରେ ପଡି ବାଘଟିର ମୃତ୍ୟୁ ହେଇଥିବା ଅନୁମାନ କରାଯାଉଛି ।

ଆଠମଲ୍ଲିକ (କେନ୍ୟୁଜ): ବାଘର ଗଳିତ ମୃତଦେହ ଉଦ୍ଧାର । ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ମିଣ୍ଡୋଳ ଗାଁର କାଜୁ ବଗିଚାରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ଶିକାରୀ ଫାଶରେ ପଡି ବାଘଟିର ମୃତ୍ୟୁ ହେଇଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତରେ ବାଘଟିର ମୃତ୍ୟୁ କିପରି ହେଲା, କିଏ ମାରିଛି ନା ସ୍ବାଭାବିକ ମୃତ୍ୟୁ ହୋଇଛି, ତାହା ଅସ୍ପଷ୍ଟ ରହିଛି । ୩/୪ ଦିନ ପୂର୍ବରୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଗତବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ସାତକୋଶିଆ ଅଭୟାରଣ୍ୟ କୁଲାଙ୍ଗୀ ଗାଁ ପାଖରେ ଫାଶରେ ପଡ଼ି ମା’ ଓ ଛୁଆ ବାଘ ପ୍ରାଣ ହରାଇଥିଲେ ।
୨୦୨୨ ନଭେମ୍ବର ମାସରେ ଆଠମଲ୍ଲିକ ବାମୁର ବନାଞ୍ଚଳରେ କଲରାପତରିଆ ବାଘ ଶିକାର ହୋଇଥିଲା। ଖେସରା ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାଘ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସେତେବେଳେ ୪ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହରେ ରେଙ୍ଗାଳି ଜଳପ୍ରପାତ ନିକଟରୁ ମଧ୍ୟଏକ କଲରାପତରିଆ ବାଘର ମୃତଦେହ ମିଳିଥିଲା ।