ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, OPSC ଖାଲିପଡିଛି ଆସିଷ୍ଟାଣ୍ଟ କେମେଷ୍ଟି ପଦବୀ

ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । କେମେଷ୍ଟି ପାଇଁ ୨୨ଟି ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ opsc.gov.in କୁ ଯାଇ ଆବେଦନ କରିପାରିବେ ।

ସରକାରୀ ଚାକିରି ଖୋଜୁଥିବା ଓଡିଶା ଯୁବପିଢି ପାଇଁ ଖୁସି ଖବର । ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । କେମେଷ୍ଟି ପାଇଁ ୨୨ଟି ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ opsc.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୨

ଆସିଷ୍ଟାଣ୍ଟ କେମେଷ୍ଟି

ଜରୁରୀ ତାରିଖ : ଏଥିପାଇଁ ୧୨ ଫେବୃଆରୀରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ୧୬ ମାର୍ଚ୍ଚ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ପଦବୀ ଅନୁସାରେ ଇଚ୍ଛୁକ ପ୍ରାର୍ଥୀ ରସାୟନ ବିଜ୍ଞାନରେ ସର୍ବନିମ୍ନ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ସହିତ କୌଣସି ମାନ୍ୟତାପ୍ରାପ୍ତ କଲେଜ କିମ୍ବା ସଂସ୍ଥାରୁ ସମକକ୍ଷ ଡିଗ୍ରୀ ପ୍ରାପ୍ତ କରିଥିବା ଜରୁରୀ ।

ବୟସ ସୀମା : ନୋଟିଫିକେସନ ମୁତାବକ, ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ଅତିକମରେ ୨୧ ବର୍ଷ କିମ୍ବା ଅଧିକ ୩୮ ବର୍ଷ ହେବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ମୌଖିକ ପରୀକ୍ଷା ଆଧାରରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.