ପାନୀୟ ଜଳ ପାଇଁ ହନ୍ତସନ୍ତ ଭୁଷଲାଡ ଗାଁ ଲୋକେ, ୨୦ ଦିନ ହେବ ବନ୍ଦ ରହିଛି ଜଳ ଯୋଗାଣ

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଭୁଷଲାଡ ପଞ୍ଚାୟତର ଭୁଷଲାଡ ଗାଁ । ଗାଁରେ ଏବେ ପାଣି ସମସ୍ୟା ଦେଖିବାକୁ ମିଳିଛି । ସକାଳ ହେଲେ ଗାଁ ଲୋକଙ୍କ ମନରେ ଗୋଟିଏ ଚିନ୍ତା ପିଇବା ପାଣି କେଉଠି ମିଳିବ । ଗତ ୨୦ ଦିନ ହେଲା ଉନ୍ଦେର ନଦୀରୁ ଗାଁକୁ ଜଳ ଯୋଗାଣ ହେଉଥିବା ମଟର ପୋଡି ଯାଇଥିବାରୁ ଜଳ ଯୋଗାଣ ବନ୍ଦ ରହିଛି ।

ସରକାର ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ କରୁଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକର ଭୁଷଲାଡ ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି । ଲୋକେ ବିଶୁଦ୍ଧ ପାଣି ବୁନ୍ଦାଏ ପାଇଁ ଅନେକ ହଇରାଣ ହରକତ ହେଉଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଭୁଷଲାଡ ପଞ୍ଚାୟତର ଭୁଷଲାଡ ଗାଁ । ଗାଁରେ ଏବେ ପାଣି ସମସ୍ୟା ଦେଖିବାକୁ ମିଳିଛି । ସକାଳ ହେଲେ ଗାଁ ଲୋକଙ୍କ ମନରେ ଗୋଟିଏ ଚିନ୍ତା ପିଇବା ପାଣି କେଉଠି ମିଳିବ ।

ଗତ ୨୦ ଦିନ ହେଲା ଉନ୍ଦେର ନଦୀରୁ ଗାଁକୁ ଜଳ ଯୋଗାଣ ହେଉଥିବା ମଟର ପୋଡି ଯାଇଥିବାରୁ ଜଳ ଯୋଗାଣ ବନ୍ଦ ରହିଛି । ଲୋକେ ପାଣି ପାଇ ଖୁବ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି । ମହିଳା ମାନେ ହାତରେ ଗରା ଓ ବାଲଟି ଧରି ଲମ୍ବା ଲାଇନରେ ଲାଗିପଡିଛନ୍ତି ଗାଁରେ ଥିବା ଏକ ନଳକୂପ ନିକଟରେ । ପାଣି ଟିକିଏ ପାଇଁ ସେଠାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସହ ନିଜ ନିଜ ମଧ୍ୟରେ ଝଗଡା ଲାଗିଥାନ୍ତି । ଫଳରେ ପାଣି ପାଇଁ ଗାଁ ଲୋକେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଗାଁରେ ଏବେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଲୋକେ ପାନୀୟ ଜଳ ଟିକିଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭୁଷଲାଡ ଗାଁରେ ଦୀର୍ଘ ଦିନରୁ ପାଣି ସମସ୍ୟା ଲାଗି ରହିଛି । ଯେହେତୁ ଏହି ଗାଁ ଏକ ଶୁଷ୍କ ଗାଁ ଏଠି ପାଣିର ସ୍ରୋତ ବହୁତ ତଳେ ତେଣୁ ନଳକୂପରୁ ମଧ୍ୟ ଆସାଧିତ ପାଣି ବାହାରେ ନାହିଁ ଓ ଏହା ଉପରେ ଦୀର୍ଘ ୨୦ ଦିନ ହେଲା ମଟର ପୋଡି ଯାଇଥିବାରୁ ନଦୀରୁ ଆସୁଥିବା ଜଳ ଯୋଗାଣ ବନ୍ଦ ରହିଛି ତେଣୁ ଲୋକେ ପାଣି ପାଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି । ଗାଁ ଲୋକେ ଦାବି କରିଛନ୍ତି ଗାଁରେ ଏକ ଓଭରହେଡ ଟାଙ୍କି ନିର୍ମାଣ ହେଉ ଓ ନଳକୂଅ ଗୁଡିକୁ ଶୀଘ୍ର ସଜାଡିବାକୁ କହିଛନ୍ତି ।

ବାରମ୍ବାର ପ୍ରଶାସନ ତଥା ଗାଁର ସରପଞ୍ଚ,ୱାର୍ଡମେମ୍ବରକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହି । ସ୍ଥାନୀୟ ସରପଞ୍ଚକୁ ପାଣିର ସମସ୍ୟା ବିଷୟରେ ପଚାରିବାରୁ ସେ ବିଭାଗୀୟ ଅଧିକାରୀ ଓ ବିଡିଓ ଜଣାଇଥିବା କହିଛନ୍ତି । ଗାଁର ପାନୀୟ ଜଳ ସମସ୍ୟା ବିଷୟରେ ଆମେ ବଙ୍ଗୋମୁଣ୍ଡା ବିଡିଓଙ୍କ ସହ ଆଲୋଚନା କରିଥିଲୁ ସେ କହିଛନ୍ତି ଅତି ଶୀଘ୍ର ପାନୀୟ ଜଳ ସମସ୍ୟା ଦୂର କରିବା ସହ ପାଣି ଟ୍ୟାଙ୍କର ମାଧ୍ୟମରେ ପାଣି ଦିଆଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.