ଦୋକାନ ଘରକୁ ମାଡ଼ିଗଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଚାଳକ
ଆନନ୍ଦପୁର-ଭଦ୍ରକ ରାସ୍ତାର ଚଣ୍ଡୀ ବିରଞ୍ଚିପୁର ନିକଟରେ ଦୋକାନ ଭିତରକୁ ପଶିଲା ୧୦ଚକିଆ ବାଲି ବୋଝେଇ ହାଇୱା । ହାଇୱାଟି ଦ୍ରୁତ ଗତିରେ ଭଦ୍ରକ ଆଡ଼କୁ ଯାଉଥିବା ବେଳେ ରାତି ୩ଟା ବେଳେ ବିରଞ୍ଚିପୁର ଛକ ନିକଟରେ ଥିବା ଜଳଖିଆ ଦୋକାନ ଭିତରକୁ ପଶି ଯାଇଥିଲା ।

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର-ଭଦ୍ରକ ରାସ୍ତାର ଚଣ୍ଡୀ ବିରଞ୍ଚିପୁର ନିକଟରେ ଦୋକାନ ଭିତରକୁ ପଶିଲା ୧୦ଚକିଆ ବାଲି ବୋଝେଇ ହାଇୱା । ହାଇୱାଟି ଦ୍ରୁତ ଗତିରେ ଭଦ୍ରକ ଆଡ଼କୁ ଯାଉଥିବା ବେଳେ ରାତି ୩ଟା ବେଳେ ବିରଞ୍ଚିପୁର ଛକ ନିକଟରେ ଥିବା ଜଳଖିଆ ଦୋକାନ ଭିତରକୁ ପଶି ଯାଇଥିଲା । ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି।
ହାଇୱାଟି ଦୋକାନ କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ସୌଭାଗ୍ୟବଶତଃ ହାଇୱା ଚାଳକ ଜଣକ ଗାଡିରୁ ଡେଇଁ ପଡି ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।