ଚିଲି ଜଙ୍ଗଲରେ ଭୟଙ୍କର ନିଆଁ : ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା, ଏପର୍ଯ୍ୟନ୍ତ ୪୬ ମୃତ

ଚିଲି ଜଙ୍ଗଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ଅତିକମରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ହଜାର ହଜାର ଏକରରେ ପରିବ୍ୟାପ୍ତ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି ।

ଚିଲିରେ ସମଗ୍ର ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ଜଙ୍ଗଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ଅତିକମରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ହଜାର ହଜାର ଏକରରେ ପରିବ୍ୟାପ୍ତ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଫଳରେ କିଛି ଅଞ୍ଚଳର ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି ।

ଚିଲିର ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଶନିବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜଙ୍ଗଲ ନିଆଁ ଲିଭାଇବାକୁ ସମସ୍ତ ସେନା ନିୟୋଜିତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ (୧୦୪ ଡିଗ୍ରୀ ଫାରେନ୍ହାଇଟ୍) ରେ ପହଞ୍ଚିଛି ଏବଂ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି ।

ଦେଶର ୯୨ ଏବଂ ଦକ୍ଷିଣରେ ୯୨ ଟି ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଏଷ୍ଟ୍ରିଲା ଏବଂ ନାବିଦାଦ ସମୁଦାୟର ପାଖାପାଖି ୩୦ ଘର ନିଆଁରେ ନଷ୍ଟ ହୋଇଯାଇଛି । ତେଣୁ ଲୋକମାନେ ନିଜ ଘର ଛାଡି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.