ପୋଖରୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗଭରା ଗାଁର ପୋଖରୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ପାରିପାର୍ଶ୍ବିକ ପରିସ୍ଥିତିରୁ ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ।

ପାଟଣାଗଡ (କେନ୍ୟୁଜ): ପୋଖରୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗଭରା ଗାଁର ପୋଖରୀ ହିଡରେ ସେହି ଗାଁର ବିନୋଦ ବରିହା ନାମକ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ପୋଲିସକୁ ଖବର ନଦେବା କି ମୃତଦେହ ପାଖକୁ ଗାଁର କେହି ନଆସିବା ଘଟଣାଟି ରୋଚକ ସ୍ଥିତିରେ ପହଞ୍ଚାଇଛି ।

ସୂଚନା ମୁତାବକ ବିନୋଦ ବରିହା ଯୁବକ ଗତକାଲି ସକାଳୁ ଦିନ ମଜୁରିଆ ଭାବେ କାମ କରିବାକୁ ଘରୁ ବାହାରିଥିଲା । ଏହାପରେ ଅପରାହ୍ନ ସମୟରେ ଗାଁ ପୋଖରୀକୁ ଗାଧୋଉବାକୁ ଯାଇଥିବା ସମୟରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି l

 

 

 

 

 

Leave A Reply

Your email address will not be published.