ବାଉଁଶ ଏବେ ଜୀବନ ଜୀବିକାର ମାଧ୍ୟମ: ଶହେ ଟଙ୍କା ବିନିଯୋଗରେ ଦେଢଲକ୍ଷ ଟଙ୍କା ରୋଜଗାର!

ବାଉଁଶରେ ଅତି ନିକ୍ଷୁଣ କାରିଗରୀରେ ତିଆରି ଅଳଙ୍କାରର ଚାହିଦା ବେଶ ବଢିବାରେ ଲାଗିଛି। ଆଉ ଏବେ ଏହି ବାଉଁଶ ତିଆରି ଅଳଙ୍କାର ତିଆରି କରି ମହିଳା ମାନେ ହୋଇପାରୁଛନ୍ତି ସ୍ବାବଲମ୍ବୀ।

ରାୟଗଡା(କେନ୍ୟୁଜ):  ଦିନକୁ ଦିନ ବିଶ୍ବ ବଜାରରେ ସୁନା ରୂପାର ଦର ହୁହୁ ହୋଇ ବଢିବାରେ ଲାଗିଛି। ଯାହାକୁ ସାଧାରଣ ଲୋକଙ୍କ ପକ୍ଷେ କିଣିବା ଆଉ ସମ୍ଭବ ନୁହେଁ କହିଲେ ଭୁଲ୍ ହେବନି। ଅନ୍ୟ ପଟେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ହେଉକି ଯୁଗପୋଯୋଗୀ କଥା ଶସ୍ତାରେ ବଜାରରେ ମିଳୁଥିବା ଅଳଙ୍କାରକୁ ଦେଶ ବିଦେଶରେ ସଭିଏଁ ବେଶ ପସନ୍ଦ କରୁଛନ୍ତି । ବିଶେଷ କରି ବାଉଁଶ ତିଆରି ଅଳଙ୍କାର। ବାଉଁଶରେ ଅତି ନିକ୍ଷୁଣ କାରିଗରୀରେ ତିଆରି ଅଳଙ୍କାରର ଚାହିଦା ବେଶ ବଢିବାରେ ଲାଗିଛି। ଆଉ ଏବେ ଏହି ବାଉଁଶ ତିଆରି ଅଳଙ୍କାର ତିଆରି କରି ମହିଳା ମାନେ ହୋଇପାରୁଛନ୍ତି ସ୍ବାବଲମ୍ବୀ।

bamboo

ପଚାଶ ଶହେ ଟଙ୍କାର ପୁଞ୍ଜି ବିନିଯୋଗ କରି ଦେଢଲକ୍ଷ ଟଙ୍କା ରୋଜଗାର। ଯେ କେହିବି ଶୁଣିଲେ ଆଶ୍ଚର୍ଯ୍ଯ ଚକିତ ହୋଇଯିବ। ଏହା ସମ୍ବବ ହୋଇପାରୁଛି ବାଉଁଶରେ ତିଆରି ଅଳଙ୍କାର ମାଧ୍ୟମରେ। ପ୍ରଥମେ ବାଉଁଶର ଅଳଙ୍କାର ଜେକେ କାଗଜକଳର ସ୍ପର୍ଶ ଅନୁଷ୍ଠାନ ପରୀକ୍ଷା ମୂଳକ ଭାବେ ଶିକ୍ଷିତ ଯୁବତୀ ତଥା ମହିଳାଙ୍କୁ ରୋଜଗାର କ୍ଷମ କରିବା ପାଇଁ ଆରମ୍ଭ କରିଥିଲା । ଏହାର ଚାହିଦା ଏବେ ଆମ ରାଜ୍ୟ ଛଡା ରାଜ୍ୟ ବାହାରେ ବିଦେଶରେ ବି ବେଶ ଆଦୃତ ହେଲାଣି ।

 

ଅନ୍ଯପଟେ ସହଜ ଓ ସୁବିଧାରେ ବାଉଁଶ ଭଳି କଞ୍ଚାମାଲ ଉପଲବ୍ଧ ହେଉଛି । ଉତ୍ତମ ପ୍ରଶିକ୍ଷଣ ଯୋଗୁଁ ବେକାର ଆଦିବାସୀ ଯୁବତୀମାନେ ଅତି ସୁନ୍ଦର ଭାବେ ବିଭିନ୍ନ ରକମର ଅଳଙ୍କାର ପ୍ରସ୍ତୁତ କରି ପାରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଚାର ସହିତ ଅନଲାଇନ ମାର୍କେଟିଂ ବ୍ୟବସ୍ଥା ଯୋଗୁଁ ବିଦେଶରେ ବି ଏହାର ଚାହିଦା ବଢିବାରେ ଲାଗିଲାଣି ।

bamboo karigara

ଏହାକୁ ନେଇ ବଡଚାନ୍ଦିଲିର ଯୁବତୀମାନେ ବେଶ ଦୁଇପଇସା ରୋଜଗାର କରିଲେଣି । ସେମାନଙ୍କର ଆଗ୍ରହ ମଧ୍ୟ ବଢିବାରେ ଲାଗିଛି । ଏହାର ପ୍ରଭାବରେ ଏବେ କାର୍ଲାକଣା ପଞ୍ଚାୟତର ୨୫ ଜଣ ଶିକ୍ଷିତ ଯୁବତୀ ମାନେ ପ୍ରଶିକ୍ଷଣ ନେବେ । ଯାହା ସେମାନଙ୍କ ପରିବାର ପ୍ରତିପୋଷଣରେ ସହାୟକ ହେବ ବୋଲି ସେମାନଙ୍କର ବିଶ୍ବାସ ରହିଛି ।ସତ କହିବାକୁ ଗଲେ ଏହି ଅନୁଷ୍ଠାନର ନିଷ୍ଠାପର ଉଦ୍ୟମ ଯୋଗୁଁ ଏବେ ବଣ ପାହାଡରେ ଉପଲବ୍ଧ ଅଲୋଡା ବାଉଁଶ ଏବେ ଜୀବନ ଜୀବିକାର ମାଧ୍ୟମ ପାଲଟିଛି।

 

Leave A Reply

Your email address will not be published.