ନିର୍ଯାତନା ଅଭିଯୋଗରେ ଭୁବନେଶ୍ୱର SDJM କୋର୍ଟରେ ରାତିରେ ହେଲା ମାମଲାର ଶୁଣାଣି, ପତ୍ନୀ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ସେନା ଅଧିକାରୀ

ଭୁବନେଶ୍ବର: ରାତିରେ ଖୋଲିଲା କୋର୍ଟ। ଏକ ମାମଲାର ଶୁଣାଣି ପାଇଁ ରାତି ସାଢେ ୧୦ଟାରେ ଭୁନେଶ୍ୱର SDJM କୋର୍ଟରେ ମାମଲାର ଶୁଣାଣି କାରଯାଇଛି। ପତ୍ନୀ ନିର୍ଯାତନା ଅଭିଯୋଗରେ ଗତକାଲି ସୁନ୍ଦରପଦା ଅଞ୍ଚଳର ଜଣେ ମେଜର ସୌମ୍ୟ ରଞ୍ଜନ ପତିଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି।

ପ୍ରଥମେ ଭିଡଓ କନଫରେନ୍‌ସିଂ ଜରିଆରେ ଶୁଣାଣି ହୋଇଥିଲା। ହେଲେ ସମାଧାନ ହୋଇପାରିନଥିଲା। ପରେ ବିଚାରପତି ନିଜେ କୋର୍ଟ ଆସି ମାମଲାର ଶୁଣାଣି କରିଛନ୍ତି। ପତ୍ନୀଙ୍କ ଏତଲା ଆଧାରରେ ମହିଳା ଥାନା ପୋଲିସ ଗିରଫ କରିଛି। ଗିରଫ ମେଜର ଫରିଦାବାଦରେ କାର୍ଯ୍ୟରତ ଥିଲେ।

Leave A Reply

Your email address will not be published.