ଆଜି ପ୍ରକାଶ ପାଇବ ବାଲେଶ୍ଵର ସଦର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି, ସମଗ୍ର ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି

ବାଲେଶ୍ଵର: ସରଗରମ ହେଉଛି ବାଲେଶ୍ଵର ସଦର ବିଧାନସଭା ଉପନିର୍ବାଚନ । ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ସମଗ୍ର ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର କରାଯାଇଛି । ଗତକାଲି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆଦର୍ଶ ଆଚରଣ ବିଧି କେବଳ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ପାଇଁ ନୁହେଁ ବରଂ ସମଗ୍ର ଜିଲ୍ଲା ପାଇଁ ଲାଗୁ କରାଯାଇଛି ।

ରାଜନୈତିକ ଦଳମାନେ ନିର୍ବାଚନ ପ୍ରକ୍ରିୟାରେ ବାଧା ଉପୁଜିବା ଭଳି କୌଣସି ଆଶଙ୍କା କରୁଥାଆନ୍ତି, ତେବେ ସେ ସମ୍ପର୍କରେ ସୂଚୀ ପ୍ରସ୍ତୁତ କରି ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିପାରିବେ । କୋଭିଡ୍‌ ନିୟମାବଳୀ ମଧ୍ୟରେ ବୈଠକ, ସଭାସମିତି ପାଇଁ ଅନୁମତି ଦିଆଯିବ । ପ୍ରାର୍ଥିପତ୍ର ଦାଖଲ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ, ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୧୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଅଯାଇଛି । ନଭେମ୍ବର ୩ରେ ଉପନିର୍ବାଚନ ଏବଂ ନଭେମ୍ବର ୧୦ରେ ଭୋଟ ଗଣତି ହେବ ।

Leave A Reply

Your email address will not be published.