ମିଳିଗଲା ଟ୍ରେନ ଦୁର୍ଘଟଣାର କାରଣ, କାହା ପାଇଁ ଘଟିଲା ଜଣାପଡିଛି : ରେଳମନ୍ତ୍ରୀ

ରେଳ ସୁରକ୍ଷା କମିଶନର ତଦନ୍ତ କରିଛନ୍ତି । ରିପୋର୍ଟକୁ ଅପକ୍ଷା କରାଯାଇଛି । ଆଜି ଦୁର୍ଘଟଣାସ୍ଥଳରେ ସ୍ଥିତି ପରଖିବା ସହ ପୁନରୁଦ୍ଧାର କାମ ବୁଲି ଦେଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ରେଲେଓ୍ଵ ଲାଇନରୁ ୨୧ଟି ବଗିକୁ ହଟାଇ ଦିଆଯାଇଛି । ରେଳମନ୍ତ୍ରୀ କହିଛନ୍ତି, ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ବାହାନଗାରେ କେମିତି ଓ କେଉଁ ପରିସ୍ଥିତିରେ ହେଲା ଟ୍ରେନ୍‌ ଦୁର୍ଘଟଣା ? ବଡ଼ କାରଣ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁ ଭୟାବହ ଦୁର୍ଘଟଣା ଘଟିଲା । ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଦୁର୍ଘଟଣାର ମୂଖ୍ୟ କାରଣ ଜଣା ପଡିଛି । କିଏ ଦାୟୀ ବି ଜଣାପଡିଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ସୁରକ୍ଷା କମିଶନର ତଦନ୍ତ କରିଛନ୍ତି । ରିପୋର୍ଟକୁ ଅପକ୍ଷା କରାଯାଇଛି । ଆଜି ଦୁର୍ଘଟଣାସ୍ଥଳରେ ସ୍ଥିତି ପରଖିବା ସହ ପୁନରୁଦ୍ଧାର କାମ ବୁଲି ଦେଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ରେଲେଓ୍ଵ ଲାଇନରୁ ୨୧ଟି ବଗିକୁ ହଟାଇ ଦିଆଯାଇଛି । ରେଳମନ୍ତ୍ରୀ କହିଛନ୍ତି, ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଛି ।

ବର୍ତ୍ତମାନ ଫୋକସରେ ରହିଛି ପୁନରୁଦ୍ଧାର କାମ । ଆଜି ସୁଦ୍ଧା ଟ୍ରାକ୍‌ ପୁନରୁଦ୍ଧାର କାମ ସାରିବାକୁ ଉଦ୍ୟମ କରାଯିବ । ବୁଧବାର ସକାଳ ସୁଦ୍ଧା ପୁନରୁଦ୍ଧାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରାକ୍‌ ଏବଂ ଓଭରହେଡ୍‌ ଲାଇନ୍‌ ମରାମତି କାର୍ଯ୍ୟ ଚାଲିଛି । ଏହି ରୁଟରେ ରେଳ ଚଳାଚଳକୁ ପୁଣି ଥରେ ସ୍ୱାଭାବିକ କରିବା ପାଇଁ ଅହୋରାତ୍ର ଚାଲିଛି କାମ । କାମରେ ଲାଗିଛନ୍ତି ହଜାରେରୁ ଅଧିକ କର୍ମଚାରୀ ଓ ଶ୍ରମିକ । ଅତ୍ୟାଧୁନିକ ଯନ୍ତ୍ରପାତି ଓ ମେସିନ୍‌ ସାହାଯ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ୭ଟି ପ୍ରୋକଲେନ୍‌ ମେସିନ୍‌, ୨ଟି ଆକ୍ସିଟେଣ୍ଟ ରିଲିଫ ଟ୍ରେନ୍‌, ୩-୪ଟି ରେଲେଓ୍ଵ ଓ ରୋଡ୍‌ କ୍ରେନ୍‌ ନିୟୋଜିତ ହୋଇଛନ୍ତି । ଟ୍ରାକ୍‌ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ବହୁ ଟ୍ରେନ୍‌ ଚଳାଚଳ ବାତିଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.