Below header

କଲରାବାଙ୍କ ସ୍ମାର୍ଟ ଗ୍ରାମର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଉଦଘାଟିତ ହେଲା କିମ୍ସ ହସ୍ପିଟାଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଲରାବାଙ୍କ ଠାରେ କଲରାବାଙ୍କ ସ୍ମାର୍ଟ ଗ୍ରାମର ଲୋକାର୍ପଣ କରିଛନ୍ତି । ଏହା ସହିତ ନବନିର୍ମିତ କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସପିଟାଲର ଉଦ୍‍ଘାଟନ କରିଛନ୍ତି । କଲରାବାଙ୍କ ଗ୍ରାମକୁ ସ୍ମାର୍ଟ ଭିଲେଜରେ ପରିଣତ କରିବା ଏବଂ କିମ୍‍ସ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ ନିର୍ମାଣ ଦିଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି ।

କଟକ (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଲରାବାଙ୍କ ଠାରେ କଲରାବାଙ୍କ ସ୍ମାର୍ଟ ଗ୍ରାମର ଲୋକାର୍ପଣ କରିଛନ୍ତି । ଏହା ସହିତ ନବନିର୍ମିତ କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସପିଟାଲର ଉଦ୍‍ଘାଟନ କରିଛନ୍ତି । କଲରାବାଙ୍କ ଗ୍ରାମକୁ ସ୍ମାର୍ଟ ଭିଲେଜରେ ପରିଣତ କରିବା ଏବଂ କିମ୍‍ସ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ ନିର୍ମାଣ ଦିଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି ।

କିମ୍‍ସ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ ଉପରେ ସୂଚନା ଦେଇ ଡ. ସାମନ୍ତ କହିଲେ, ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ‍ପିଟାଲର ସୁପର ସ୍ପେସିଆଲିଟି ଭଳି ସମସ୍ତ ପ୍ରକାର ଅତ୍ୟାଧୁନିକ ସେବା ଉପଲବ୍‍ଧ ରହିଛି । କଲରାବାଙ୍କ ସ୍ମାର୍ଟ ଗ୍ରାମରେ ସମସ୍ତ ପ୍ରକାର ସହରୀ ସୁବିଧା ଯଥା ପ୍ରାଥମିକ ବିଦ୍ୟାଳୟ, ଆବାସିକ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ , ଆବାସିକ କଲରାବାଙ୍କ ଉଚ୍ଚ ବିଦ୍ୟାଳୟ, +୨ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପ୍ରମୋଦ ଉଦ୍ୟାନ, ସର୍ବସାଧାରଣ ପାଠାଗାର, ଏଟିଏମ୍‍ ଓ ଲକର ସୁବିଧା ଥାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଡାକଘର, ଥାନା, ଆଧ୍ୟାତ୍ମିକ କେନ୍ଦ୍ର, କମୁନିଟି ହଲ୍‍, ପାନୀୟ ଜଳ ସୁବିଧା, ମନ୍ଦିର ସମୂହ, ପିଚୁରାସ୍ତା, ରାସ୍ତାପାର୍ଶ୍ବ ଉଜ୍ଜ୍ୱଳ ଆଲୋକ, ମିଶନ ଶକ୍ତି କେନ୍ଦ୍ର ଆଦି ରହିଛି । ଗ୍ରାମବାସୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଓ ୱାଇ-ଫାଇ ସୁବିଧା ମଧ୍ୟ ରହିଛି । ଏଥିରେ ୩୫୦ଜଣ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ପରୋକ୍ଷ ରୋଜଗାର ପାଇ ପାରିଛନ୍ତି ବୋଲି ଡ. ସାମନ୍ତ କହିଥିଲେ ।

ସେହିପରି ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୯ଟି ଗ୍ରାମାଞ୍ଚଳ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ସବୁ କିମ୍‍ସ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ଗୁଡ଼ିକର ନିର୍ମାଣ ପାଇଁ ଭୂମି ପୂଜନ ଶେଷ ହୋଇଛି । ପ୍ରତ୍ୟେକ ହସ୍‍ପିଟାଲ୍‍ ୧୦୦ ଶଯ୍ୟା ବିଶିଷ୍ଟ ହେବ । ପ୍ରତି ହସ୍‍ପିଟାଲ୍‍ ନିର୍ମାଣରେ ୫୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ । ସମସ୍ତ ହସ୍‍ପିଟାଲ୍‍ ଶୀତତାପ ନିୟନ୍ତ୍ରିତ ହେବ । ସେଠାରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଉପଲବ୍‍ଧ ହେବ ବୋଲି କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସୂଚନା ଦେଇଥିଲେ । ପ୍ରତ୍ୟେକ ଗ୍ରାମାଞ୍ଚଳ ହସ୍‍ପିଟାଲରେ ସଂପୃକ୍ତ ଜିଲ୍ଲାର ୧୫୦ଜଣ ଯୁବକ ଯୁବତୀ ନିଯୁକ୍ତି ପାଇବେ । ସମସ୍ତ କିମ୍‍ସ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍ ‘କିମ୍‍ସ’ ଦ୍ୱାରା ପରିଚାଳିତ ହେବ ବୋଲି ଡ. ସାମନ୍ତ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଉପସ୍ଥତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.