Below header

ଘରେ କଳାକନା ବୁଲାଇଲେ ଡକାୟତ, ଲୁଟିନେଲେ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଚୌଦ୍ଵାର ଥାନା ସ୍ଥିତ କରଞ୍ଜି ଗ୍ରାମ ବିଜ୍ଞାନ ନାୟକଙ୍କ ଘରେ କଳାକନା ବୁଲାଇଲେ ଡକାୟତ । ଗତ ବିଳମ୍ୱିତ ରାତିରେ ୩ ଜଣ ଦୁର୍ବୃତ୍ତ ଘରର ଗ୍ରିଲ୍ ତାଡି ଘରେ ପଶିଯାଇଥିଲେ । ମୋଟ ୩୦ ଲକ୍ଷ ଟଙ୍କାର ଅଳଙ୍କାର ସହ ଅନେକ ଟଙ୍କା ମଧ୍ୟ ଲୁଟ ହୋଇଛି ।

ଚୌଦ୍ଵାର (କେନ୍ୟୁଜ): ଚୌଦ୍ଵାର ଥାନା ସ୍ଥିତ କରଞ୍ଜି ଗ୍ରାମ ବିଜ୍ଞାନ ନାୟକଙ୍କ ଘରେ କଳାକନା ବୁଲାଇଲେ ଡକାୟତ । ଗତ ବିଳମ୍ୱିତ ରାତିରେ ୩ ଜଣ ଦୁର୍ବୃତ୍ତ ଘରର ଗ୍ରିଲ୍ ତାଡି ଘରେ ପଶିଯାଇଥିଲେ । ଗ୍ରାମରେ ଅଷ୍ଟପ୍ରହରୀ ହେଉଥିବାରୁ ବିଜ୍ଞାନଙ୍କ ସହିତ ତାଙ୍କ ଅନ୍ୟ ୨ ଭାଇ ଅଷ୍ଟପ୍ରହରୀରେ ଯୋଗ ଦେଇ ସେଠାରେ ଥିଲେ । ବାପା, ମା ଓ ଜଣେ ଭାଇ ଏବଂ ଭାଇବୋହୂ ଏହି ସମୟରେ ଘରେ ଥିଲେ ।

ଡକାୟତମାନେ ଓ ସାନ ପୁଅ ଏବଂ ବୋହୂ ଥିବା ଘରେ ବାହାର ପଟରୁ କବାଟ ଲକ୍ କରି ଗାମୁଛାରେ ବାନ୍ଧି ତାଙ୍କ ଶାଶୁ କାଞ୍ଚନ ବାଳା ନାୟକ ଶୋଇଥିବା ଘର କବାଟ ଭାଙ୍ଗି ରୁମରେ ପଶି ବନ୍ଧୁକ ଏବଂ ଭୁଜାଲି ଦେଖାଇ ଗଡ୍ରେଜ୍ ଚାବି ନେଇ ଆଲମାରି ଖୋଲି ସେଥିରେ ଥିବା ୩ଟି ସୁନା ହାର, ୨ଟି ଚେନ୍ , ମୁଦି ଓ କାନଫୁଲ ଲୁଟି ନେଇଥିଲେ । ମୋଟ ୩୦ ଲକ୍ଷ ଟଙ୍କାର ଅଳଙ୍କାର ସହ ଅନେକ ଟଙ୍କା ମଧ୍ୟ ଲୁଟ ହୋଇଛି । ଯିବା ବେଳେ କାଞ୍ଚନବାଳାଙ୍କ କାନରୁ କାନଫୁଲ ଛିଡାଇ ନେଥିବା ବେଳେ ତାଙ୍କ କାନ ଛିଡି ଯାଇଯାଇଛି ଏବଂ ସେ ଖୁବ ଆହାତ ହୋଇଯାଇଛନ୍ତି ।

ତାଙ୍କ ଶଶୁର ଗୋବିନ୍ଦ ଚନ୍ଦ୍ର ନାୟକ ଶୋଇଥିବା ଘରେ ପଶି ପ୍ରଚୁର ମାଡ ମାରିବା ସହିତ ବାସ୍କ ଭାଙ୍ଗି ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି । ହୋ ହଲ୍ଲା ଶୁଣି ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଡକାୟତମାନେ ପଳାଇଯାଇଥିଲେ । ଖବର ପାଇବା ପରେ ଚୌଦ୍ଵାର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.