ଆଇପିଏଲ ଆରମ୍ଭରୁ କୋଲକତାକୁ ଝଟକା, ବ୍ୟକ୍ତିଗତ କାରଣ ଯୋଗୁଁ ଟିମରୁ ବାଦ୍‌ ପଡିଲେ ଓପନର ଜେସନ

ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କୋଲକତା ନାଇଟ ରାଇଡର୍ସକୁ ବଡ ଝଟକା ଲାଗିଛି । ଟିମର ଓପନର ଜେସନ ରାୟ ବ୍ୟକ୍ତିଗତ କାରଣ ଯୋଗୁଁ ଟୁର୍ଣ୍ଣାମେଣ୍ଟ ନିଜ ନାମ ଫେରାଇ ନେଇଛନ୍ତି । କେକେଆର ଏବେ ଜେସନଙ୍କ ସ୍ଥାନରେ ଫିଲ୍‌ ସ୍ଲଟଙ୍କୁ ଟିମରେ ସ୍ଥାନରେ ଦେଇଛି ।

ଆଇପିଏଲ୍‌ ୨୦୨୪ ଖୁବଶୀଘ୍ର ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କୋଲକତା ନାଇଟ ରାଇଡର୍ସକୁ ବଡ ଝଟକା ଲାଗିଛି । ଟିମର ଓପନର ଜେସନ ରାୟ ବ୍ୟକ୍ତିଗତ କାରଣ ଯୋଗୁଁ ଟୁର୍ଣ୍ଣାମେଣ୍ଟ ନିଜ ନାମ ଫେରାଇ ନେଇଛନ୍ତି । କେକେଆର ଏବେ ଜେସନଙ୍କ ସ୍ଥାନରେ ଫିଲ୍‌ ସ୍ଲଟଙ୍କୁ ଟିମରେ ସ୍ଥାନରେ ଦେଇଛି ।

ଆଇପିଏଲ ଷ୍ଟେଟମେଣ୍ଟ ଅନୁଯାୟୀ, କୋଲକତା ନାଇଟ ରାଇଡର୍ସରେ ବ୍ୟକ୍ତିଗତ କାରଣ ଯୋଗୁଁ ଆଗାମୀ ଆଇପିଏଲ ୨୦୨୪ରୁ ବାଦ୍‌ ପଡିବା ପରେ ଜେସନ ରାୟଙ୍କ ସ୍ଥାନରେ ଫିଲ୍‌ ସ୍ଲଟ ସାମିଲ ହୋଇଛନ୍ତି ।

ଫିଲ ସ୍ଲଟଙ୍କ ବେସ ପ୍ରାଇସ ୧.୫ କୋଟି ଟଙ୍କା ଥିଲା । କିନ୍ତୁ କୌଣସି ଫ୍ରାଞ୍ଚାଇଜ ତାଙ୍କୁ କିଣିନଥିଲା । ଶେଷରେ ଅନସୋଲ୍ଡ ରହିଥିଲେ । ଏହାପୂର୍ବରୁ ସ୍ଲଟ ଆଇପିଏଲ୍‌ ପାଇଁ ଖେଳିସାରିଛନ୍ତି । ୨୦୨୩ରେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳୁଥିଲେ । ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଦିଲ୍ଲୀରୁ ବାହାର କରାଯାଇଥିଲା । ସ୍ଲଟ ଆଇପିଏଲରେ ୯ଟି ମ୍ୟାଚ ଖେଳିଛନ୍ତି । ସେ ୨୧୮ ରନ କରିଛନ୍ତି । ତାଙ୍କ ଶ୍ରେଷ୍ଠ ରନ୍‌ ୮୭ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.