ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଷଣ୍ଢକୁ ଦେଲା ଧକ୍କା, ଦୁର୍ଘଟଣାରେ ଭାଙ୍ଗିଲା ଇଞ୍ଜିନ୍
ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାର ଶିକାର ହୋଇଛି । ଗ୍ଵାଲିୟରରୁ ମୁରୈନା ଆସିବା ସମୟରେ ଟ୍ରେନ୍ ଏକ ଷଣ୍ଢକୁ ଧକ୍କା ଦେଇଥିଲା ।

ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୧୭୧) ଦୁର୍ଘଟଣାର ଶିକାର ହୋଇଛି । ଗ୍ଵାଲିୟରରୁ ମୁରୈନା ଆସିବା ସମୟରେ ଟ୍ରେନ୍ ଏକ ଷଣ୍ଢକୁ ଧକ୍କା ଦେଇଥିଲା । ମୁରୈନାର ଶିକାରପୁର ରେଳ ଫାଟକ ନିକଟରେ ଖମ୍ବ ନମ୍ବର-୧୨୨୬ର ୨୫ ନମ୍ବରରେ ଏହି ଦୁର୍ଘଟଣା ଘଟିିଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇଞ୍ଜିନ୍ର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଛି । ଆଶ୍ୱସ୍ତିକର କଥା ଯେ ଟ୍ରେନ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପରେ ପାଖାପାଖି ୧୦ ମିନିଟ୍ ଯାଏ ଟ୍ରେନ୍ ରେଳଧାରଣାରେ ଛିଡ଼ା ରହିଥିଲା ।
ଘଟଣାସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚିଥିଲେ । ସେମାନେ ଟ୍ରେନ୍ ନିରୀକ୍ଷଣ କରିବା ପରେ ଏହା ଆଗକୁ ଯାତ୍ରା କରିଥିଲା । ସୂଚନା ମୁତାବକ, ମୁରୈନାର ଶିକାରପୁର ରେଳ ଫାଟକ ନିକଟରେ ହଠାତ୍ ଏକ ଷଣ୍ଢ ଟ୍ରେନ୍ ସାମ୍ନାକୁ ଚାଲିଆସିଥିଲା । ଫଳରେ ଏହି ଦୁର୍ଘଟଣା ଘଟିିଥିଲା ।
କହି ରଖୁଛୁ, ଆଜି ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଭେଟି ଦେଇଛନ୍ତି । ପିଏମ୍ ମୋଦି ଅହମ୍ମଦାବାଦରୁ ସବୁଜ ପତାକା ଦେଖାଇ ଏହି ଟ୍ରେନ୍ଗୁଡ଼ିକୁ ଶୁଭାରମ୍ଭ କରିଥିଲେ ।