ଆଜିଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ, ଯୋରନ୍ଦା ପୀଠରୁ ଆରମ୍ଭ କରିବେ

ଆଜିଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ । ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ପୀଠରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ ଆରମ୍ଭ କରିବେ । ମହିମା ଗାଦି ମନ୍ଦିରରେ ଉପାସନା ପୀଠ ଓ ବତୀ ମଣ୍ଡପ, ଶୂନ୍ୟ ମଣ୍ଡପ ଓ ମହିମା ଗାଦି ଚତୁଃପାର୍ଶ୍ବ ଉନ୍ନତିକରଣର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ) :ଆଜିଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ । ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ପୀଠରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ ଆରମ୍ଭ କରିବେ । ମହିମା ଗାଦି ମନ୍ଦିରରେ ଉପାସନା ପୀଠ ଓ ବତୀ ମଣ୍ଡପ, ଶୂନ୍ୟ ମଣ୍ଡପ ଓ ମହିମା ଗାଦି ଚତୁଃପାର୍ଶ୍ବ ଉନ୍ନତିକରଣର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଏହି ଗସ୍ତରେ ସାମିଲ ହେବେ । ଗତ ଜୁନରେ ମହିମା ଗାଦି ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧୧୨ କୋଟି ଟଙ୍କା ମଂଜୁର କରିଥିଲେ। ପୂର୍ବରୁ ମେ ୨୯ରେ ସେତେବେଳର 5T ସଚିବ କାର୍ତ୍ତିକ ପାଣ୍ଡିଆନ ମହିମା ଗାଦି ପରିଦର୍ଶନ କରିଥିଲେ । ପୀଠର ପୁନଃବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଗତ ସପ୍ତାହରେ ଏହି ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଜିଲ୍ଲାଗସ୍ତ ରାଜନୈତିକ ଦୃଷ୍ଚିକୋଣରୁ ବେଶ ଗୁରୁତ୍ବ ବହନ କରୁଛି। ଢେଙ୍କାନାଳ ପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.